ଛତ୍ରପୁର ବ୍ଲକ ର ଜଳମଗ୍ନ ହୋଇଥିବା ବିଭିନ୍ନ ଚାଷଜମି ଗୁଡିକ ବୁଲି ଦେଖିଲେ ତହସିଲଦାର
ଛତ୍ରପୁର, (ଦେବଦତ୍ତ ମହାରଣା) : ଲଘୁଚାପ ଜନିତ ବର୍ଷାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲାଗିରହିଛି ବର୍ଷା । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସଦର ମହକୁମା ଛତ୍ରପୁର ସମେତ ଏହାର ଆଖପାଖ ଅଂଚଳ ଜଳାର୍ଣ୍ଣବ ହୋଇପଡିଛି । ଗାଁ ଠାରୁ ସହର ପର୍ଯ୍ୟନ୍ତ ରାସ୍ତାଘାଟ ସବୁଠି ବର୍ଷା ପାଣି ଜମି ରହିଛି । ଚାଷ ଜମିରେ ବର୍ଷା ପାଣି ପଶି ଫସଲ ନଷ୍ଟ ହେବାକୁ ବସିଲାଣି । ଜିଲ୍ଲାରେ ବର୍ଷାକୁ ନେଇ ଗଞ୍ଜାମ ଜିଲ୍ଲାପାଳ ଶନିବାର ଆଜି ପୂର୍ବାହ୍ନରେ ବୈଠକ କରି ସମସ୍ତ ଅଧିକାରୀ ମାନଙ୍କୁ କ୍ଷେତ୍ର ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଅପରାହ୍ନ ରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଓ ଅତିରିକ୍ତତହସିଲଦାର ଜସ୍ମିନ ପ୍ରଧାନ ଛତ୍ରପୁର ବ୍ଲକର ବଡ ମାଧପୁର ଓ ପୋଟ୍ଟଲାମପୁର ସମେତ ବିଭିନ୍ନ ଜଳମଗ୍ନ ଚାଷ ଜମି ଗୁଡିକ ବୁଲି ଦେଖିଛନ୍ତି ।


