ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୭ତମ ବାର୍ଷିକ ଉତ୍ସବ
ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୭ତମ ବାର୍ଷିକ ଉତ୍ସବ ପ୍ରିନ୍ସପାଲ ସସ୍ମିତା ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଛତ୍ରପୁୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗ ଦେଇ ଛାତ୍ରୀମାନଙ୍କୁ କର୍ତବ୍ୟ ପରାୟଣ ଭାବେ ସବୁ କ୍ଷେତ୍ରରେ କାର୍ଯ୍ୟ କଲେ ଜଣେ ସୁନାଗରିକ ହୋଇପାରିବ ବୋଲି କହିଥିଲେ । ଏହାସହ ସଡ଼କ ସୁରକ୍ଷା ଜୀବନ ରକ୍ଷା ଉପରେ ସଚେତନତା କରିବା ସହ ଗୁଣିଗାରେଡ଼ିରୁ ଦୂରେଇ ରହିବା ନିମନ୍ତେ ପରାମର୍ଶ ଦେଇଥିଲେ । ଅଧ୍ୟାପିକା ଡ.ମିନତୀ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ଅଧ୍ୟପିକା କୃର୍ଷ୍ଣା ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସମାଜସେବୀ ପ୍ରଫୁଲ କୁମାର ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ ସୂର୍ଯ୍ୟନାରାୟଣ ସାମନ୍ତରାୟ, ଛତ୍ରପୁର ରୋଟାରୀ କ୍ଲବର ସଭାପତି ନିରଞ୍ଜନ ପାତ୍ର, ସମ୍ପାଦକ ପ୍ରସନ୍ନ କୁମାର ପତିଙ୍କ ସମେତ ଅନୁଷ୍ଠାନର ସମସ୍ତ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ । ପରିଶେଷରେ ଅଧ୍ୟପିକା କିରଳବାଳା ରଥଙ୍କ ନିର୍ଦ୍ଦେଶନାରେ ଛାତ୍ରୀମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ ।