ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସେମିନାର

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁସାରେ ମୋ କଲେଜ ଅଭିଯାନ ଆନୁକୁଲ୍ୟରେ ଏକ ସେମିନାର ସ୍ୱାଧିନତା ସଂଗ୍ରାମରେ ଓଡିଶାର ଅବଦାନ ଏବଂ ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବିଷୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା ଯୋଗ ଦେଇ ପ୍ରତିଯୋଗୀ ଓ ଛାତ୍ରି ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ସଭାରେ ଯୁକ୍ତ ତିନି ଶେଷ ବର୍ଷର ବିଶ୍ୱ ବିଦ୍ୟାଳୟ ସ୍ତରରେ ହୋଇଥିବା ପରୀକ୍ଷାରେ ଶିକ୍ଷା ବିଭାଗରେ ଷଷ୍ଠ ସ୍ଥାନ ପାଇଥିବା ଲାଲିମା ସାହୁ, ଇତିହାସ ବିଭାଗରେ ପଂଚମ ସ୍ଥାନ ପାଇଥିବା ମନିସା ସାହୁ, ଗୃହ ବିଜ୍ଞାନ ବିଭାଗରେ ପଂଚମ ଓ ଷଷ୍ଠ ସ୍ଥାନ ପାଇଥିବା ମିନତି ନାୟକ ଓ ସୋନାଲି ସାହୁଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁମିତା ମିଶ୍ର ଅଧ୍ୟକ୍ଷତାରେ ସେମିନାର ପରିଚାଳିତ ହୋଇଥିଲା । ଅଧ୍ୟାପିକା କବିତା ସାହୁ. ଡ. ଯାଜ୍ଞସେନୀ ପାଣିଗ୍ରାହୀ, ଦିପ୍ତି ନନ୍ଦ, ଅଞ୍ଜଳୀ ସେଠୀ, ସୁଜାତା କୁମାରୀ ବେହେରା ଏବଂ କର୍ମଚାରୀ ସନ୍ତୋଷ ବିଷୋୟୀ, ଗୀତାଞ୍ଜଳୀ ସାମନ୍ତରାୟ, ଏନ୍‌. ଜନାର୍ଦ୍ଦନ ରାଓ ଓ ପି. ନାଗମ୍ମା ସହ ଯୋଗ କରିଥିଲେ । ଏଥିରେ ଏନ୍‌. ସିମରନ୍ ଆଚାରୀ, ଅନୁସୁୟା ସେଠୀ, ସୋନାଲିକା ପଟ୍ଟନାୟକ, ପୂଜା ନାୟକ ପତ୍ର ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ