ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟର ଶୀତକାଳୀନ ଜାତୀୟ ସେବା ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ପକ୍ଷରୁ ବାସନାପଲ୍ଲୀ ଗ୍ରାମରେ ସାତ ଦିନିଆ ସେବା ଶିବିର ମହାବିଦ୍ୟାଳୟର ଅଧକ୍ଷା ଡ଼.ସୁମିତା ମିଶ୍ର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସି ଅଧକ୍ଷା ଶ୍ରମୀଷ୍ଠା ପ୍ରଧାନ ଓ ବାସନାପଲ୍ଲୀ ଗ୍ରାମର ସରପଂଚ ଭଗବାନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ ଇ ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ବି. ଶଙ୍କର ରେଡ୍ଡୀ ଏବଂ ଚନ୍ଦ୍ର ଶେଖର ରେଡି ଉପସ୍ଥିତ ରହି ୫୦ ଜଣ ଛାତ୍ରୀ ସେବା ଶିବିରାର୍ଥୀ ମାନଙ୍କୁ ପ୍ରେରଣା ପ୍ରଦାନ କରିବାସହ ଉତ୍ସାହିତ କରିଥିଲେ I ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପିକା କବିତା ସାହୂ, ଡ୍ର.ଯାଜ୍ଞସେନୀ ପାଣିଗ୍ରାହୀ,ଦୀପ୍ତିନନ୍ଦ, ଡ୍ର. ସୁଜାତା ବେହେରା ଏବଂ ମମତା ବେହାରା କର୍ମଚାରୀ , ସନ୍ତୋଷ ବିଷୋୟୀ, ଗୀତାଞ୍ଜଳି ସାମନ୍ତରାୟ ଏବଂ ଏମ.ଜନାର୍ଦନ ରାଓ ଉପସ୍ଥିତ ଥିଲେ .ଆଜି ପ୍ରୋଗ୍ରାମ ଅଫିସର ଅଞ୍ଜଳି ସେଠି ଙ୍କ ତତ୍ୱାବଧାନରେ ସ୍ବେଛାସେବୀ ମାନେ ଗ୍ରାମର ପରିସର କୁ ସଫା କରି ସ୍ୱଛତା ର ବାର୍ତା ଦେଇଥିଲେ I