ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟର ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ତୃତୀୟ ଦିବସରେ ଛତ୍ରପୁର ସିଡିପିଓ ପ୍ରଣମିତା ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି l ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଲୋକ ଲୋଚନକୁ ଅଣାଯାଇପାରିବ ବୋଲି ସେ କହିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସୁମିତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କୃତ କାର୍ଯ୍ୟକ୍ରମରେ କୃତି ଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସମାଜସେବୀ ପ୍ରଫୁଲ ପଟ୍ଟନାୟକ, ସରକାରୀ କର୍ମଚାରୀ ଭାରତୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅଧ୍ୟାପିକା ଡ଼ ଯାଜ୍ଞସେନୀ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଅଧ୍ୟାପିକା କବିତା ସାହୂ କାର୍ଯ୍ୟକ୍ରମ କୁ ସୁପରିଚାଳନା କରିଥିଲେ l ଏଥିରେ ମହାବିଦ୍ୟାଳୟ ର ଅଧ୍ୟାପିକା ଓ କର୍ମଚାରୀ ଦୀପ୍ତିନନ୍ଦ, ଅଞ୍ଜଳି ସେଠି ,ଡ ସୁଜାତା ବେହେରା, ସନ୍ତୋଷ ବିଷୋୟୀ, ଗୀତାଞ୍ଜଳି ସାମନ୍ତରାୟ , ଏମ.ଜନାର୍ଦନ ରାଓ, ବି . ଏଲେୟା ରେଡ୍ଡୀ ଏବଂ ପି.ନାଗମା ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ