ଛତ୍ରପୁର ମାଟିର ସନ୍ତାନ ତଥା ରାଜ୍ୟ ଶିଳ୍ପୀ ସମ୍ମାନ ପୁରସ୍କାରପ୍ରାପ୍ତ ଦୁର୍ଗା ଚରଣ ପଣ୍ଡାଙ୍କ ଉଦ୍ଦେଶ୍ୟ ସମ୍ବର୍ଦ୍ଧନା ସଭା 

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଏକ ସାରସ୍ୱତ ଚିନ୍ତନ ବୈଠକ ପୂର୍ବତନ ବିଧାୟକ  ଅଶୋକ ଚୌଧୁରୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ବାସିନ୍ଦା ବିଶିଷ୍ଟ ଚିତ୍ର-ଶିଳ୍ପୀ ଦୁର୍ଗା ଚରଣ ପଣ୍ଡା ରାଜ୍ୟସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ ଶ୍ରୀପଣ୍ଡା ଙ୍କୁ ମାନପତ୍ର, ଉପଢୌକନ ଓ ପଦକ ସହ “ସମ୍ବର୍ଦ୍ଧିତଶିଳ୍ପୀ-୨୦୨୧”ରେ ସମ୍ମାନୀତ ହୋଇଛନ୍ତି । ପ୍ରକାଶ ଥାଉକି, ଶ୍ରୀ ପଣ୍ଡା ଜଣେ ଚିତ୍ରଶିଳ୍ପୀ, ପ୍ରତ୍ନତାତ୍ତ୍ୱ-ବିତ ଏବଂ ବହୁ ପ୍ରାଚୀନ ମନ୍ଦିର ଗୁଡିକର ନିର୍ମାଣଶୈଳୀ ଉପରେ ବହୁତ ଗବେଷଣା କରି ବହି ଲେଖିଥିଲେ, ନିଜର ତୁଳୀରେ ଆଙ୍କିଥିବା ପ୍ରଚ୍ଛଦ ଚିତ୍ର ସରକାର ମୁଦ୍ରିତ କରିଛନ୍ତି । ତାଙ୍କରି ଏହି ଗୌରବ ଅର୍ଜନ ତଥା କୃତୀତ୍ତ୍ୱ ହାସଲ କରିଥିବାନେଇ ଏହି ଆସରରେ ଛତ୍ରପୁରର ବିଭିନ୍ନ ସାରସ୍ୱତ ସଂଗଠନର କର୍ମକର୍ତ୍ତା ,ବିଶିଷ୍ଟ ବ୍ୟକ୍ତି ଏବଂ ବୁଦ୍ଧିଜୀବି / ନାଗରିକଙ୍କ ତରଫରୁ ଶ୍ରୀମାନ ପଣ୍ଡାଙ୍କ ଉଦ୍ଦେଶ୍ୟରେ ତାଙ୍କରି ଗାରିମା ଏବଂ ସାମାଜିକ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ପରିଶେଷରେ ତାଙ୍କରି କୃତ୍ତି ଜନମାନସ କୁ ମାର୍ଗ ଦର୍ଶନ ହେଉ ବୋଲି ମତବ୍ୟକ୍ତ କରି ତାହାଙ୍କ ଦୀର୍ଘାୟୁ କମାନା କରିଥିଲେ । ଶ୍ରୀ ପଣ୍ଡାଙ୍କୁ ଦୂର-ଭାଷ ମଧ୍ୟରେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ପ୍ରାରମ୍ଭରେ ବରିଷ୍ଠ ଶିକ୍ଷାବିତ ଲକ୍ଷ୍ମଣ ପଣ୍ଡା ଦୁର୍ଗା ଚରଣ ପଣ୍ଡା ଙ୍କ ଉଦ୍ଦେଶ୍ୟରେ ସ୍ୱରଚିତ କବିତା ପାଠକରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗ୍ରନ୍ଥାଗାରିକ ଅମୀୟ କୁମାର ଧଳ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଅଧ୍ୟାପକ ଡ଼ଃ.ଭି.ରାଜେନ୍ଦ୍ର ରାଜୁ,ବରିଷ୍ଠ ଶିକ୍ଷାବିତ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଅଜିତ ସେଠୀ, କବି ସୋମନାଥ ସାହୁ, କୃତୀବାସ ପାଣିଗ୍ରାହୀ, ବରେଣ୍ୟ କବି ଡ଼ଃ.ପ୍ରଶାନ୍ତ ଶତପଥୀ, ସାମ୍ବାଦିକ ରବିନ୍ଦ୍ର ନାଥ ପଣ୍ଡା ପ୍ରମୁଖ ତାଙ୍କରି ମହତ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଛତ୍ରପୁର ସାହିତ୍ୟ ସଂସଦର ସମ୍ପାଦକ ଦିଲୀପ ପଲେଇ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଛତ୍ରପୁର ସାହିତ୍ୟ ସଂସଦର ଉପ-ସଭାପତି କେ. ସତ୍ୟନାରାୟଣ ରେଡ୍ଡୀ  ଧନ୍ୟବାଦ ଜଣାଇଥିଲେ । ସମାଜସେବୀ କାମାକ୍ଷା ପ୍ରସାଦ ପଣ୍ଡା ସକ୍ରୀୟ ସହଯୋଗ କରିଥିଲେ । ଛତ୍ରପୁର ପ୍ରେସକ୍ଲବର ସଭାପତି ପ୍ରଶାନ୍ତ ମହାରଣା, କୋଷାଧ୍ୟକ୍ଷ ସରୋଜ ସାମଲ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ