ଛତ୍ରପୁର ମେଡିକାଲରେ ରୋଗୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ଛତ୍ରପୁର, (ଦେବଦତ୍ତ ମହାରଣା):୭୬ତମ ସ୍ୱାଧୀନତା ଦିବସ ପାଳନ ଅବସର ରେ ଛତ୍ରପୁର ଅନୁସୂଚିତ ଜାତି /ଜନଜାତି ଶିକ୍ଷକ ସଂଘ ପକ୍ଷରୁ ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ରେ ରୋଗୀଙ୍କୁ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି l ସଭାପତି ରବି ନାରାୟଣ ବେହେରା ଙ୍କ ନେତୃତ୍ୱ ରେ ସଂଘ ର ଅନ୍ୟାନ୍ୟ କର୍ମକର୍ତ୍ତା ଓ ସଦସ୍ୟ ମାନେ ଚିକିତ୍ସାଳୟ ରେ ଭର୍ତି ହୋଇଥିବା ରୋଗୀଙ୍କୁ ଭେଟିବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ l ଏହି ଅବସର ରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଲୟର ଅଧିକ୍ଷିକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ଛତ୍ରପୁର ଅନୁସୂଚିତ ଜାତି /ଜନଜାତି ସଙ୍ଘର ସହ -ସମ୍ପାଦକ ନିରଂଜନ ପ୍ରଧାନ, କୋଷାଧ୍ୟକ୍ଷ କମଳ ବେହେରା, ସଭ୍ୟ ରାମ ପ୍ରଧାନ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜିତ ସେଠି ପ୍ରମୁଖ ଉପସ୍ଥିତ ଥିଲେ l


