ଛତ୍ରପୁର ରେଳ ଷ୍ଟେସନ କୁ ପରିଦର୍ଶନ କଲେ ଖୋର୍ଦ୍ଧା ଡିଆରଏମ
ଛତ୍ରପୁର, (ଦେବଦତ୍ତ ମହାରଣା):ଆଜି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରେଳ ଷ୍ଟେସନ କୁ ଖୋର୍ଦ୍ଧା ଡିଆରଏମ ଏଚ. ଏସ. ବାଜୁଆ ପରିଦର୍ଶନ କରି ଷ୍ଟେସନର ହେବାକୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କ ରେ ବୁଲି ଦେଖିଥିଲେ l ଭାରତ ସରକାରଙ୍କ ଅମୃତ ଭାରତ ଷ୍ଟେସନ ଯୋଜନା ଆନୁକୂଲ୍ୟରେ କେତକ ରେଳ ଷ୍ଟେସନ କୁ ଆଧୁନିକ କରଣ କରିବା ପାଇଁ ପ୍ରସ୍ତାବିତ ରହିଛି, ଏହି କ୍ରମେ ଛତ୍ରପୁର ରେଳ ଷ୍ଟେସନକୁ ଉନ୍ନତି କରଣ କରିବା ନିମନ୍ତେ ଏହି ଯୋଜନାରେ ସାମିଲ କରାଯାଇଛି, ଷ୍ଟେସନ ପରିସରରେ ଆଲୋକୀକରଣ. ଲିଫ୍ଟ ର ବ୍ୟବସ୍ଥା, ଯାତ୍ରୀ ଙ୍କ ସୁବିଧା ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଆଦି କାର୍ଯ୍ୟ କରାଯିବା ପାଇଁ କୋଡିଏ କୋଟି ଟଙ୍କା ମଂଜୁର କରାଯାଇଛି l ଏ ସମସ୍ତ କାର୍ଯ୍ୟ କୁ ସୁରୁଖୁରରେ ସମ୍ପାଦନ ହେବ ସେଥିପାଇଁ ଡିଆରଏମ ଶ୍ରୀ ବାଜୁଆ ବୁଲି ଅନୁଧ୍ୟାନ କରିଛନ୍ତି, ଏହା ସହିତ ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ଉନ୍ନତି କରଣ ନିମନ୍ତେ ହେବାକୁ ଥିବା କାର୍ଯ୍ୟର ମ୍ୟାପ ଦେଖିଛନ୍ତି ଏବଂ ଏଡିଆରଏମ, ଏସଏଡିଏମ, ରେଳ ବିଭାଗର ବହୁ ସିନିୟର ଅଧିକାରୀ ଓ ବୈଷୟିକ ଟିମ ଙ୍କ ସହ ବିଷୟରେ ଆଲୋଚନା କରିଛନ୍ତି, ଖୁବ ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିବା ସହିତ କଣ ଆବଶ୍ୟକ lରହିଛି ସେ ସମ୍ପର୍କ ମଧ୍ୟ ଡିଆରଏମ ସ୍ଥାନୀୟ ବାସିନ୍ଦା ଙ୍କ ଆଲୋଚନା କରିଥିଲେ