ଛତ୍ରପୁର ରେ ଅଗ୍ନି ଶ୍ରମ ବିଭାଗର କଡାକଡି ଯାଂଚ

ଛତ୍ରପୁର, (ଦେବଦତ୍ତ ମହାରଣା) :-ସାରା ରାଜ୍ୟରେ ଥିବା ବିଭିନ୍ନ ସପିଙ୍ଗ ମଲ ଗୁଡିକରେ ଅଗ୍ନିଶ୍ରମ ବିଭାଗ ପକ୍ଷରୁ କଡା କଡି ଯାଂଚ କରାଯାଉଥିବା ବେଳେ ଛତ୍ରପୁର ସହରରେ ଥିବା ଷ୍ଟାଇଲ ବଜାର ସମେତ ବିଭିନ୍ନ ସ୍ଥାନ ଗୁଡିକୁ ବୁଲି ଅଗ୍ନି ନିରାପତ୍ତା ସାମଗ୍ରୀ ଗୁଡିକ ଠିକ୍ ଅଛି କି ନାହିଁ ତାହାର ତଦାରଖ କରାଯାଇଛି । ଆସିଷ୍ଟାଣ୍ଟ ଫାୟାର ଅଫିସର ବିଶ୍ୱନାଥ ମହାନ୍ତିଙ୍କ ନେତୃତ୍ୱ ରେ ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ନିରାପତ୍ତା ସାମଗ୍ରୀ ଗୁଡିକ ତନଖି ଦେଖିଥିଲେ । ଏହା ସହିତ ସାମଗ୍ରୀ ଗୁଡିକ ସଠିକ୍ ଭାବେ ବ୍ୟବହାର କରିବା ନେଇ ପରାମର୍ଶ ଦେଇଥିଲେ । କୌଣସି ପ୍ରକାର ସମସ୍ୟା ଉପୁଜିଲେ ତୁରନ୍ତ ଅଗ୍ନିଶ୍ରମ ବିଭାଗକୁ ଖବର ଦେବା ପାଇଁ ସଚେତନତା କରାଯାଇଥିଲା । ଏହି ଯାଂଚ ବେଳେ ଡ୍ରାଇଭର ହାବିଲଦାର ରାକେଶ ମାନସିଂ, ଅଗ୍ନିଶ୍ରମ କର୍ମଚାରୀ ଦିପକ କୁମାର ସାହୁ, ମନୋଜ କୁମାର ଭୋଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ସେହିପରି ବ୍ରହ୍ମପୁର ସମେତ ବିଭିନ୍ନ ସ୍ଥାନରେ ଏହି ଯାଂଚ କାର୍ଯ୍ୟକ୍ରମ ଚାଲୁରହିଛି ବୋଲି ଆସିଷ୍ଟାଣ୍ଟ ଫାୟାର ଅଫିସର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ