ଛତ୍ରପୁର ରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସାହାର୍ଯ୍ୟ କାରି ଙ୍କୁ ସାହାର୍ଯ୍ୟ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ସ୍ଥିତ କିଟ ଓ କିସ ୟୁନିଭରସିଟି ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମର ୧୧ ବର୍ଷ ପୂର୍ତ୍ତି ଅବସରରେ ଆଜି ଦେଶ ବିଦେଶର ବିଭିନ୍ନ କୋଣ ଅନୁକୋଣରେ ଏହି କାର୍ଯ୍ୟକ୍ରମ ପାଳନ ହେଉଛି l ଏହି ପରିପ୍ରେକ୍ଷୀରେ ସୋମବାର ଛତ୍ରପୁର ପବ୍ଲିକ ସ୍କୁଲ ସମ୍ମିଳନୀ କକ୍ଷରେ ଛତ୍ରପୁରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ସହଯୋଗ ରେ ଆର୍ଟ ଅଫ ଗିଭିଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥି ଭାବେ ଛତ୍ରପୁର ସହର ସ୍ଥିତ ୟୁରୋ ସ୍କୁଲର ମୁଖ୍ୟ ତଥା ଯୁବ ଆଇନଜୀବି ରଂଜନ କୁମାର ମହାପାତ୍ର, ସମାଜସେବୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ପ୍ରାଧ୍ୟାପକ ଡ଼. ଭି. ରାଜେନ୍ଦ୍ର ରାଜୁ, ବରିଷ୍ଟ ଆଇନଜୀବୀ ପଦ୍ମ ଚରଣ ସାହୁ, ପୂର୍ବତନ କାଉନସିଲର ବି. ରାଜୁବାବୁ, ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ତଥା ୧୦ ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ବରିଷ୍ଟ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ କିଟ ଓ କିସ ର ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଙ୍କ ଏଭଳି କାର୍ଯ୍ୟକୁ ଭୁରି ଭୁରି ପ୍ରଶଂସା କରିଥିଲେ l ଏହି ଅବସରରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ରେ ରୋଗୀ ଙ୍କୁ ଫଳ ବଣ୍ଟନ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେଛତ୍ରପୁର ପ୍ରେସ କ୍ଳବ ର ସଭାପତି ରବିନ୍ଦ୍ର ନାଥ ପଣ୍ଡା, ସମ୍ପାଦକ ସରୋଜ କୁମାର ସାମଲ,ଉପଦେଷ୍ଟା ବସନ୍ତ କୁମାର ମହାରଣା ଓ ପ୍ରଶାନ୍ତ କୁମାର ମହାରଣା, ଗଞ୍ଜାମ ପ୍ରେସ ଉପଦେଷ୍ଟା ଉମାକାନ୍ତ ବେହେରା, ସାମ୍ବାଦିକ ସୁଧୀର କୁମାର ନାହାକ, ଦିଲ୍ଲୀପ ସାମଲ,ସନ୍ତୋଷ କୁମାର ସାହୁ,ପ୍ରଦୀପ କୁମାର ସାହୁ, କିଶୋର ଚନ୍ଦ୍ର ମହାନ୍ତି, ଭଗବାନ ଦାଶ, ଅଶୋକ ରଥ, ଜିତେନ୍ଦ୍ର ନାୟକ, ବିଜୟ ଲକ୍ଷ୍ମୀ ମହାଙ୍କୁଡ, ଗୌର ପ୍ରସାଦ ମହାପାତ୍ର ଓ ମୁନା ବେହେରା,ଯୁବ ନେତା ଅଟଳ ବିହାରୀ ପଟ୍ଟନାୟକ, ମନୋଜ କୁମାର ତ୍ରିପାଠୀ, ଅଜିତ କୁମାର ସେଠି, କୃଷ୍ଣ ମହାପାତ୍ର, କ୍ୟାଡର ଏପିପି ରାଜେଶ କୁମାର ମିଶ୍ର, ଗୌର ହରି ପଣ୍ଡା, , ଏନ. ରାଜେନ୍ଦ୍ର,ଏନ. ଦୀନବନ୍ଧୁ, ସୁବ୍ରତ ପଢିଆରି, ସିମାଞ୍ଚଳ ପ୍ରଧାନ, ଜିତେନ୍ଦ୍ର ନାୟକ, ଦିଲ୍ଲୀପ କୁମାର ସାମଲ, ନିରଞ୍ଜନ ରାଉଳ, ମଦନ ପାଢ଼ୀ, ନୀଳକଣ୍ଠ ଦାଶ, ଅକ୍ଷୟ ମହାପାତ୍ର, ସୁଧୀର କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ସମସ୍ତ କାର୍ଯ୍ୟକ୍ରମକୁ ସାମ୍ବାଦିକ ସନ୍ତୋଷ କୁମାର ସାହୁ ସଂଯୋଜନା କରିଥିବା ବେଳେ ସାହିତ୍ୟିକ ତଥା କବି ପ୍ରଶାନ୍ତ କୁମାର ଶତପଥୀ ପରିଚାଳନା ରେ ସହଯୋଗ କରିଥିଲେ l


