ଛତ୍ରପୁର ରେ ପ୍ରଦୀପ ପାଣିଗ୍ରାହୀଙ୍କ କୁଶପୁତ୍ତଳିକା ଦାହ କଲେ ବିଜେଡି ନେତା ଓ କର୍ମୀ
ଛତ୍ରପୁର,(ଦେବଦତ୍ତ ମହାରଣା): ବିଜୁ ଯୁବ ଜନତା ଦଳ ପକ୍ଷରୁ ସ୍ଥାନୀୟ ଲୋଏର ବସଷ୍ଟାଣ୍ଡ ସ୍ଥିତ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟାର୍ପଣ କରି ଜନବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ପ୍ରଦୀପ ପାଣିଗ୍ରାହୀଙ୍କ କୁଶପୁତ୍ତଲିକା ଦାହ କରାଯାଇଛି । ଗତ କିଛି ଦିନ ତଳେ ଜନବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗରେ ଗୋପାଳପୁର ବିଧାୟକଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡି ଦଳରୁ ବହିସ୍କାର କରଥିଲେ । ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଛତ୍ରପୁର ଠାରେ ବିଜୁ ଯୁବ ଜନତା ଦଳ ପକ୍ଷରୁ କୁହାଯାଇଛି । ଠକାମୀ କରି ଗଂଜାମ ଜିଲ୍ଲାର ଲୋକଙ୍କ ଲକ୍ଷ ଲକ୍ଷ ଟଙ୍କା ହଡପ କରିବା ଏବଂ ଜନ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ପ୍ରଦୀପ ପାଣିଗ୍ରାହୀଙ୍କୁ କଡା ସମାଲୋଚନା କରିବା ସହ ପ୍ରଦୀପ ପାଣିଗ୍ରାହୀଙ୍କ ସାମ୍ରାଜ୍ୟ ଟାଟା ରୁ ଆରମ୍ଭ ଟାଟା ରେ ଶେଷ ହୋଇଛି ବୋଲି ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଲକ୍ଷ୍ମଣ ଚୈାଧୂରୀ କହିଛନ୍ତି । ଏହି ଲିଙ୍କ୍ ରେ ଜଡିତ ଥିବା ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ (ଯୁବ ବ୍ୟାପାର) ଏମ.ଧନଞ୍ଜୟ ରେଡ୍ଡୀ ଦାବି କରିଛନ୍ତି । ଏହି କୁଶପୁତ୍ତଳିକା ଦାହ ବେଳେ ବିଜୁ ଯୁବ ଜନତା ଦଳର ସଭାପତି ଲକ୍ଷ୍ମଣ ଚୈାଧୂରୀ , ଛତ୍ରପୁର ବ୍ଲକ ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ (ଯୁବ ବ୍ୟାପାର) ଏମ.ଧନଞ୍ଜୟ ରେଡ୍ଡୀଙ୍କ ସମେତ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ରାଜ୍ୟ ଛାତ୍ର ବିଜୁ ଜନତା ଦଳର ସମ୍ପାଦକ ବିମଳ କୁମାର ପଣ୍ଡା ଓ ରାମ ହରି ମହାରଣା, ୨୧ନଂ ଜିଲ୍ଲାପରିଷଦ ସଭ୍ୟ ଏସ.କିଶୋର ରେଡ୍ଡୀ, ୧୯ନଂ ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ପ୍ରଧାନ , ଛତ୍ରପୁର ବିଜେଡି ବ୍ଲକ ସଭାପତି ସପନେଶ୍ୱର ନାହାକ, ପୂର୍ବତନ ବିଜେଡି ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ପୂର୍ବତନ ସାଂସଦ ପ୍ରତିନିଧୀ ଜି.ପାପା ରାଓ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର ବି.ରାଜୁ ବାବୁ, କିଶୋର ଚନ୍ଦ୍ର ସେନାପତି, ରାଜେଶ କୁମାର ସାହୁ କେ.ରମେଶ , ସରକାରୀ ଓକିଲ ମନୋଜ କୁମାର ପାଢୀ, ସୁରେଶ କୁମାର ପଣ୍ଡା, କାଳି ପ୍ରସାଦ ଦାଶ, ଭୈରବୀ କୁମାର ପଟ୍ଟନାୟକ, ପ୍ରଦୀପ ପାତ୍ର, କୃଷ୍ଣ ଚନ୍ଦ୍ର ବେହେରା, ସୈାରୀ ବେହେରା, ବିଜେଡି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜି.ଡିଲେଶ୍ୱର ରେଡ୍ଡୀ ଓ ରବିନ୍ଦ୍ର ନାଥ ପଣ୍ଡା, ବିପୁଳିଙ୍ଗ ସରପଞ୍ଚ ଟି.ନରସିଂହ ରେଡ୍ଡୀ, ବଡମାଧପୁର ସରପଞ୍ଚ ଶରତ ଖୁଣ୍ଟିଆ, କଣମଣା ଏସ.ଚକ୍ରପାଣି ରେଡ୍ଡୀ, ପୋଡାପଦର ସରପଞ୍ଚ ପୀତାମ୍ବର ପଣ୍ଡା, ଆର୍ଯ୍ୟପଲ୍ଲୀ ସରପଞ୍ଚ ଏମ.ଲକ୍ଷ୍ମୀ, ନରେନ୍ଦ୍ରପୁର ସମିତିସଭ୍ୟ ଜ୍ୟେତି ରଂଜନ ସାହୁ , ଭିକାରୀ ପଲ୍ଲୀ ସମିତି ସଭ୍ୟ ଭାଗିରଥୀ ପ୍ରଧାନ, ମହାନାଦପୁର ସମିତି ସଭ୍ୟ ଅଶୋକ କୁମାର ପାଣିଗ୍ରାହୀ , ପୂର୍ବତନ ସମିତି ସଭ୍ୟ ସୂର୍ଯ୍ୟ ନାରାୟଣ ସେଠୀ, ଏମ.ଗୁମାଲୀ, ବି.ଭୀମସେନ , ଅଗସ୍ତିନୂଆଗାଁର ଯୁବନେତା ଅକ୍ଷୟ ସ୍ୱାଇଁ, ନିବାସୀ ଗୈାଡ, ବାପି ଦାସ, ଅଜିତ୍ ସ୍ୱାଇଁ ଓ ରବିନ୍ଦ୍ର ନାହାକ ଏବଂ ବହୁ ବିଜେଡି କର୍ମୀ ମାନେ ଉପସ୍ଥିତ ରହି ପ୍ରଦୀପ ପାଣିଗ୍ରାହୀଙ୍କ ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇଥିଲେ ।