ଛତ୍ରପୁର ରେ ସ୍ଵଛ ଓଡିଶା ସୁସ୍ଥ ଓଡିଶା ନେଇ ସାମୁହିକ ପଦଯାତ୍ରା
ଛତ୍ରପୁର, (ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ଙ୍କ ନିର୍ଦେଶ କ୍ରମେ ଶୁକୃବାର ଠାରୁ ଜିଲ୍ଲାରେ ସ୍ଵଛ ଓଡିଶା ସୁସ୍ଥ ଓଡିଶା ଓ ମୋ ସ୍ୱାଭିମାନ ସ୍ଵଛ ଗଞ୍ଜାମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ଶୁକୃବାର ଛତ୍ରପୁର ଏନଏସି ପକ୍ଷରୁ ଏନଏସି ର ସମସ୍ତ କର୍ମଚାରୀ ମାନେ ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଏକ ଶୋଭାଯାତ୍ରା ରେ ବାହାରି ସହର ପରିକ୍ରମା କରିଥିଲେ l ଏହି ପଦଯାତ୍ରାକୁ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ତହସିଲଦାର ନୀଳମାଧବ ଭୋଇ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ସହର ଲୋୟାର ବସଷ୍ଟାଣ୍ଡ ଠାରୁ ବାହାରି ଏହି ଶୋଭାଯାତ୍ରା ସହର ପରିକ୍ରମା କରି ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସଚେତନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଛତ୍ରପୁର ଏନଏସି ର ଶ୍ରୀମନ୍ତ ପାତ୍ର, ଏସ. ଦାଲେୟା ରେଡ୍ଡୀ, ଯୁଗଳ କିଶୋର ଦାସ, ମନରଞ୍ଜନ ପାଣିଗ୍ରାହୀ, ଶୁଭଶ୍ରୀ ତରାଇ, ଗୌର ହରି ପଣ୍ଡା, କୃଷ୍ଣ ପ୍ରସାଦ ମହାପାତ୍ର ଙ୍କ ସମେତ ବହୁ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ l