ଛତ୍ରପୁର ରୋଟାରୀ କ୍ଲବ୍‌ର ପ୍ରତିଷ୍ଠା ଦିବସ ମହାସମାରୋହ ରେ ପାଳିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ରୋଟାରୀ କ୍ଲବ୍‌ର ପ୍ରତିଷ୍ଠା ଦିବସ କ୍ଲବ୍‌ର ସଭାପତି ରୋଟାରୀଆନ୍ ଡ. ବିମଳ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ମହାସମାରୋହ ରେ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଦିବସରେ ରୋଟାରୀ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭି. ଅଜୟ କୁମାର ମୁଖ୍ୟଅତିଥି ଭାବେ ଯୋଗଦେଇ କ୍ଲବ୍‌ର ସମସ୍ତ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଥିବା ସାଂଗକୁ କ୍ଲବ୍‌ର ଭୂୟସୀ ପ୍ରଶଂସିତ କରିଥିଲେ । ଜୋନାଲ ଅଧ୍ୟକ୍ଷ ରୋଟାରୀୟାନ୍ ମିହିର ପାଣିଗ୍ରାହୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କ୍ଲବ୍‌ର ଗାରିମା ଅତ୍ୟନ୍ତ ପ୍ରଶଂସନୀୟ ବୋଲି ପ୍ରତିପାଦିତ କରିଥିଲେ । କ୍ଲବ୍‌ର ପ୍ରତିଷ୍ଠା ସମ୍ପାଦକ ରୋଟାରୀଆନ୍‌ ସୁରଜିତ ସାମନ୍ତରାୟ ରୋଟାରୀ କ୍ଲବ ଦ୍ଵାରା କରାଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ରୋଟାରୀୟାନ୍ ଏମ ଧନଞ୍ଜୟ ରେଡ୍ଡୀ ଓ ସୁଜିତ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । କ୍ଲବ ସମ୍ପାଦକ ଦ୍ଵାରକା ପଟ୍ଟନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଶେଷରେ ରୋଟାରୀ ପରିବାରଙ୍କ କୁନିକୁନି ପିଲାମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ତାଳରେ ନୃତ୍ୟ ପରିବେଷଣ କରାଯାଇଥିଲା ।ଏହି ଅବସର ରେ କ୍ଳବ ପକ୍ଷରୁ ପୂର୍ବାହ୍ନ ରେ ସ୍ଥାନୀୟ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ପରିବେଶ ସୁରକ୍ଷା ନିମନ୍ତେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ, ରୋଟାରୀ କ୍ଲବ୍ ସଭାପତି ଡ. ବିମଳ ପ୍ରସାଦ ସାହୁ, ରୋଟରୀୟାନ୍ ଏମ୍. ଧନଞ୍ଜୟ ରେଡ୍ଡୀ, ସ୍ୱାଗତିକା ସାମନ୍ତରାୟ, ଦ୍ୱାରକା ପଟ୍ଟନାୟକ, ଶ୍ରୀମତୀ ଏସ୍. ରେଖା ମହାନ୍ତି, ନିରୋଦ ଚନ୍ଦ୍ର ନାୟକ, ହାଇକୋର୍ଟ ଓକିଲ ତଥା ରୋଟରୀୟାନ୍ ପଦ୍ମ ଚରଣ ସାହୁ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଏହି ମହତପୂର୍ଣ୍ଣ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ ରୋଟାରୀକ୍ଳବ ର କର୍ମକର୍ତ୍ତା ଓ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ