ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ୫ ଶିକ୍ଷକଙ୍କୁ ଦେଶ ନିର୍ମାତା ସମ୍ମାନରେ ସମ୍ମାନିତ
ଛତ୍ରପୁର (ଦେବିଦତ୍ତ ମହାରଣା): ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ସଭାନେତ୍ରୀ ଏସ୍ ରେଖା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୫ ଶିକ୍ଷକଙ୍କୁ ରୋଟାରୀ କ୍ଲବ ପକ୍ଷରୁ ଦେଶ ନିର୍ମାତା ସମ୍ମାନରେ ସମ୍ମାନିତ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥି ଯୋଗ ଦେଇ ଶିକ୍ଷକତା ଏକ ବୃତ୍ତି ନୁହେଁ ଏକ ବ୍ରତ ବୋଲି କହିବା ସହିତ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଶିକ୍ଷକ ମାନଙ୍କୁ ମାନପତ୍ର ସହ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଗୋଟାଏ ଲେଖାଁଏ ଚାରା ପ୍ରଦାନ କରି ସମ୍ମାନିତ କରିଥିଲେ । ଛତ୍ରପୁର ବ୍ଲକର କାଳିପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରଜ୍ଞା ପାରମିତା ପ୍ରଧାନ, ବଉଳଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜିତେନ୍ଦ୍ର କୁମାର ନାୟକ, କାଳିପଲ୍ଲୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ସୀତାରାଣି ବେହେରା, ଗଞ୍ଜାମ ଏନଏସିର ଜୟଶ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବିପ୍ର ଚରଣ ସାହୁ, ଗଞ୍ଜାମ ବ୍ଲକର ହୁମ୍ମା ପ୍ରୋଜେକ୍ଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦାମୋଦର ପଣ୍ଡାକୁ ଏହି ଅବସରରେ ଦେଶ ନିର୍ମାତା ସମ୍ମାନରେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, ସ୍ମରପ୍ରିୟା ପଲେଇ, ନିରଞ୍ଜନ ପାତ୍ର, ଧିରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଡଃ ବିମଳ ପ୍ରସାଦ ସାହୁ ଉକ୍ତ କାର୍ଯ୍ୟକ୍ରମର ତାତ୍ପର୍ଯ୍ୟ ପ୍ରଦାନ କରିଥିବା ବେଳେ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସୁରଜିତ ସାମନ୍ତରାୟ, ବିଘ୍ନେଶ୍ୱର ରଥ ଓ ନୀରଦ ନାୟକ ପରିଚାଳନା କରିଥିଲେ ।