ଛତ୍ରପୁର ର ସନରାଇଜେସ ସିକ୍ସ ଦଳକୁ ହରାଇ ଭୁବନେଶ୍ୱର ବଲ ବୁଷ୍ଟର ସିକ୍ସ ଦଳ ବିଜୟୀ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ କାର୍ମେଲ ସ୍କୁଲ ଠାରେ ରାଇଜିଙ୍ଗ ଷ୍ଟାର ଭଲିବଲ ଆସିସିଏସନ ପକ୍ଷରୁ ଚାଲିଥିବା ତାରା ପଣ୍ଡା ସ୍ମାରକୀ ଆନ୍ତଃ ଜିଲ୍ଲା ଭଲିବଲ ଟୁର୍ନାମେଣ୍ଟ ରେ ବୁଧବାର ଚତୁର୍ଥ ଦିବସ ରେ ଭୁବନେଶ୍ୱର ର ବଲ ବୁଷ୍ଟର ସିକ୍ସ ଦଳ ବିଜୟୀ ହୋଇଛି l ଛତ୍ରପୁର ର ସନରାଇଜେସ ସିକ୍ସ ଦଳ କୁ ହରାଇ ଭୁବନେଶ୍ୱର ର ବଲ ବୁଷ୍ଟର ସିକ୍ସ ଦଳ ବିଜୟୀ ହୋଇଥିଲା l ଏଥିରେ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ମୁନଦାସ , ଛତ୍ରପୁର ଜେଲ ସୁପାରିଟେଣ୍ଡେଣ୍ଟ ଅବନ୍ତି ସିଂ,ପୂର୍ବତନ ସମିତି ସଭ୍ୟ ତଥା ଶ୍ରମିକ ନେତା ଏନ. ଦୁର୍ଯ୍ୟୋଧନ ରେଡ୍ଡୀ , ଯୁବ ନେତା ବାପି ଦାସ, ଯୁବ ସମାଜ ସେବୀ ବି. ଶଙ୍କର ରେଡ୍ଡୀ ଓ ଅବସର ପ୍ରାପ୍ତ ଗଞ୍ଜାମ ବ୍ଲକ ର ଅତିରିକ୍ତ ଶିକ୍ଷା ଅଧିକାରୀ ଭାସ୍କର ସ୍ୱାଇଁ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ସଚିନ ବୀର ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ lଏହି ମ୍ୟାଚକୁ ରାଇଜିଙ୍ଗ ଷ୍ଟାର ଭଲିବଲ୍ ଆସୋସିଏସନ ର ଟୁର୍ଣ୍ଣାମେଂଟ୍ କମିଟି ସଭାପତି ତ୍ରିଲୋଚନ ବେହେରା, ସଂପାଦକ ସରୋଜ ବେହେରା, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ସେଠି ଓ ଲକ୍ଷ୍ମୀ ନାରାୟଣ ପାତ୍ର, ମ୍ୟାନଜର ବିପ୍ର ଚରଣ ସାହୁ, କୋଷାଧ୍ୟକ୍ଷ ରଘୁନାଥ ସାହୁ, ସଭ୍ୟ ଗୋବିନ୍ଦ ନାୟକ, ବାଲାଜୀ, ଶିବ, ମିଟୁ, ମଂଟୁ, ସୁକାନ୍ତ, ସନ୍ତ ଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଏହି ମ୍ୟାଚ୍‌ରେ ରେଫେରି ଭାବେ ଗୋବିନ୍ଦ ନାୟକ, ଲାଇନ ମ୍ୟାନ ଭାବେ ସଂଜୀବ ଓ କାରୀ,ସ୍କୋରର ଭାବେ ମଣ୍ଟୁ ବେହରୋ ଓ ଉଦଘୋଷକ ଭାବେ ମଂଟୁ ଦାୟିତ୍ୱ ସୂଚାରୁ ରୁପେ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ