ଛତ୍ରପୁର ଲକ୍ ଡାଉନ୍ : ଜିଲ୍ଲାପାଳଙ୍କ ତଦାରଖ

ଛତ୍ରପୁର : କରୋନା ମୁକାବିଲା ପାଇଁ ଗତକାଲି ୧୨ଘଣ୍ଟା ଠାରୁ ସାରା ଦେଶରେ ଲକ୍ ଡାଉନ ଆରମ୍ଭ ହୋଇଯାଇଛି । କରୋନା ପ୍ରଭାବରୁ ନିସ୍ତାର ପାଇବା ସକାଶେ ଗଂଜାମ ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଏଥିନିମନ୍ତେ ପୂର୍ବରୁ ସଚେତନତା କରାଯାଇଛି । ଏହାକୁ କଡାକଡି ପାଳନ କରିବା ନିମନ୍ତେ ବିଭିନ୍ନ କଟକଣା ଜାରି କରାଯାଇଛି । ୭ଘଣ୍ଟା ଠାରୁ ଦିନ ୧୨ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ତେଜରାତି, ପନିପରିବା, କ୍ଷୀର , ମାଛ ଆଦି ଦେ।।କନ ଖୋଲିବାକୁ କୁହାଯାଇଛି । ଔଷଧ ଦୋକାନ ନୀୟମିତ ଖୋଲିବାକୁ କୁହାଯାଇଛି । ସମସ୍ତେ ଦୂରତା ରହି କିଣାବିକା କରିବାକୁ କୁହାଯାଇଛି । ଏଥି ନିମନ୍ତେ ଧଳା ଚୂନ ରେ ଗୋଲ କରାଯାଇଛି । ବୁଧବାର ଛତ୍ରପୁର ସହରରେ ପନିପରିବା ଓ ମାଛ ବ୍ୟବସାୟୀ ମାନଙ୍କୁ ଦୂରାତ ରହି ପୃଥକ୍ ପୃଥକ୍ ସ୍ଥାନରେ ରହି ବ୍ୟବସାୟ କରିବା ନିମନ୍ତେ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ । ପନିପରିବା ଓ ମାଛ ବ୍ୟବାସୟୀ ମାନଙ୍କୁ କଲେଜ ଛକ ନିକଟ ଜାତୀୟ ରାଜପଥ କଡ ଓ ଶାନ୍ତି ନଗର ଅଂଚଳର କାଳୀମନ୍ଦିର ରୋଡରେ ଏବଂ ମାଛ ମାକଟେ ଏବଂ ପନିପରିବା ମାର୍କେଟ ଠାରେ ବ୍ୟବସାୟୀ ମାନେ ବସି ଗ୍ରାହକ ମାନଙ୍କୁ ଦୂରତା ରହି ବିଭିନ୍ନ ସାମଗ୍ରୀ ଦେଇଥିଲେ । ଏହାକୁ ତଦାରଖ କରିବା ନିମନ୍ତେ ସକାଳେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଲି ସମସ୍ତ ବ୍ୟବସାୟୀ ଏବଂ ଲୋକମାନଙ୍କୁ ଅଯଥାରେ ଗହଳି ନକରି ଦୂରତାରେ ରହି ବିଭିନ୍ନ ପନିପରିବା କିଣି ଘରକୁ ଚାଲିଯିବା ନିମନ୍ତେ କହିଥିଲେ । ଯେଉଁ ମାନେ ଏହାକୁ ଅବମାନନା କରିବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଏଥିରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟଙ୍କ ସମେତ ଏନଏସି କର୍ମଚାରି ଓ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହାସହ ଯେଉଁ ମାନେ ଅଯଥାରେ ବିଭିନ୍ନ ଯାନବାହାନ ଧରି ବୁଲି ଏଣେ ତେଣେ ଘଟି କରୁଛନ୍ତି । ସେମାନଙ୍କ ବାଇକ୍ ଗୁଡିକ ଛତ୍ରପୁର ପୁଲିସ ପକ୍ଷରୁ ଜବତ କାରଯାଇ ଥାନା ପରିସରକୁ ଅଣାଯାଇଥିଲ।। ବାଇକ୍ ଆରୋହୀ ମାନଙ୍କୁ ତାଗିଦ୍ କରାଯାଇ ଜରିମ।।ନ ପକାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ