ଛତ୍ରପୁର ସବଜେଲ ପରିଦର୍ଶନ କଲେ ଜିଲ୍ଲା ଜର୍ଜ
ଛତ୍ରପୁର,(ଦେବଦତ୍ତ ମହାରଣା ):ଛତ୍ରପୁର ସବଜେଲ କୁ ଆଜି ଅଚାନକ ଜିଲ୍ଲାଜର୍ଜ ରାମ ଶଙ୍କର ହୋତା ପରିଦର୍ଶନ କରି ଅନ୍ତେବାସୀଙ୍କ ବିଭିନ୍ନ ସୁବିଧା ଅସୁବିଧା କଥା ପଚାରି ବୁଝିଛନ୍ତି | ଅନ୍ତେବାସୀ ମାନଙ୍କ ସ୍ଥିତି ଅନୁଧ୍ୟାନ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠାରୁ ଆରମ୍ଭ କରି ବିଭିନ୍ନ ଆଇନଗତ ସମସ୍ୟା ଉପରେ ମଧ୍ୟ ପଚାରିଥିଲେ ଜିଲ୍ଲାଜର୍ଜ | ଏହି ପରିଦର୍ଶନ ବେଳେ ଛତ୍ରପୁର ସବ ଜେଲ ଅଧିକ୍ଷକ ଶୁଭସ୍ମିତା ବିଶ୍ୱାଳଙ୍କ ସମେତ ଜେଲ କର୍ମଚାରୀ ମାନେ ଉପସ୍ଥିତ ଥିଲେ | ଛତ୍ରପୁର ସବଜେଲ ରେ ରବିବାର ସୁଦ୍ଧା ୧୩୭ଜଣ ଅନ୍ତେବାସୀ ରହିଥିବା ବେଳେ ସେଥିରୁ ୫ଜଣ ମହିଳା ୧୩୨ଜଣ ପୁରୁଷ ଅନ୍ତେବାସୀ ରହିଛନ୍ତି |


