ଛତ୍ରପୁର ସବଜେଲ ପରିଦର୍ଶନ କରି ଖାଦ୍ୟର ମାନ ଯାଂଚ କଲେ ଗଞ୍ଜାମ ଜିଲ୍ଲାପାଳ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ସବ ଜେଲକୁ ଅଚାନକ ପରିଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ସେଠାରେ ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନକୁ ଯାଂଚ କରିଥିଲେ । ଏହା ସହିତ ଜେଲ ର ସ୍ୱଚ୍ଛତାକୁ ମଧ୍ୟ ବୁଲି ପରିଦର୍ଶନ କରିଥିଲେ । ଅନ୍ତେବାସୀଙ୍କ ସମସ୍ତ ସୁବିଧା ଅସୁବିଧା ବିଷୟରେ ମଧ୍ୟ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ପଚାରି ବୁଝିଥିଲେ । ଛତ୍ରପୁର ସବ ଜେଲରେ ମୋଟ ୧୫୬ ଜଣ ଅନ୍ତେବାସୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ମହିଳା ଅନ୍ତେବାସୀ ରହିଥିବା ଆସିଷ୍ଟାଣ୍ଟ ଜେଲର ଗଣେଷ ବନ ସୂଚନା ମିଳିଛି ।


