ଛତ୍ରପୁର ସବଡିଭିଜନ ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା) : ସ୍ଥାନୀୟ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସବଡିଭିଜନ ସ୍ତରୀୟ ସଡକ ସୁରକ୍ଷା କମିଟିର ବୈଠକ ଉପଜିଲ୍ଲାପାଳ ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଲୋକଙ୍କ ଧନଜୀବନ ସୁରକ୍ଷା ସହିତ ସଡକ ଦୁର୍ଘଟଣା ଯେପରି କମ୍ କରିବ ସେଥି ନିମନ୍ତେ ସମସ୍ତେ କାର୍ଯ୍ୟ କରିବାକୁ ଉପଜିଲ୍ଲପାଳ ଶ୍ରୀ ଭୋଇ କହିବାସହ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଚଢଉଜାରୀ ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିନା ହେଲାମେଣ୍ଟ ଧାରୀ ଏବଂ ନିଶା ସେବନ କରି ଗାଡି ଚଳାଉଥିବା ବ୍ୟକ୍ତି ମାନଙ୍କ ଉପରେ ସ୍ୱତନ୍ତ୍ର ନଜର ରଖି ଯାଞ୍ଚ କରିବା ସହିତ ବିଭିନ୍ନ ଯାନ ବାହାନ ଗୁଡିକରେ ଓଭରଲୋଡ ଭାବେ ଯାତ୍ରୀ ବୋଝେଇ ହୋଇ ଯାଉଛନ୍ତି ତାହା ଉପରେ ଚଢଉ କରିବାକୁ ଉପଜିଲ୍ଲାପାଳ କହିଥିଲେ । ଜାତୀୟ ରଜପଥରେ ଠିକ୍ ଭାବେ ହାଇମାକ୍ସ ଲାଇଟ ଲାଗୁନଥିବାରୁ ସେ ବିରକ୍ତି ପ୍ରକାଶ କରିଥିଲେ । ଜାତୀୟରାଜପଥ ବିଭାଗ ପକ୍ଷରୁ କରାଯାଇଥିବା ଡ୍ରେନେଜ ଗୁଡିକରେ ପ୍ଲେଟ ପକାଇବା ସହ ଛତ୍ରପୁର ବ୍ୟାଙ୍କ କଲୋନୀ ଯିବାକୁ ରାସ୍ତାରେ ଛୋଟିଏ ଗଳା ଶଙ୍ଖ କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇଥିଲ। । ସାନଘାଟି ନିକଟରେ ବ୍ଲାକ ସ୍ପଟ୍ ଚିହ୍ନଟ ହୋଇଥିବା ଯାଗାରେ ୱାର୍ଣ୍ଣିଂ ସିଗନାଲ ଲଗାଇବା ସହ ଛତ୍ରପୁର କଲେଜ ଛକ ଓ ଡିଆରଡିଏ ଛକ ଠାରେ ଟ୍ରାଫିକ ପୋଷ୍ଟ ରେ ପୋଲିସ ମୁତୟନର ବ୍ୟବସ୍ଥା କରିବା ନିମନ୍ତେ ଆଲୋଚନା ହୋଇଥିଲା । ଅବକାରୀ ବିଭାଗ ପକ୍ଷରୁ ଯାନ ବାହନ ଗୁଡିକ ନୀୟମିତ ଯାଞ୍ଚ କରାଯାଇ ବେଆଇନ ଗଂଜେଇ କାରବାର ଉପରେ ଚଢାଉ କରିବା ନିମନ୍ତେ ଉପଜିଲ୍ଲାପାଳ କହିଥିଲେ । ପୁଇଁତୋଳା ଠାରୁ ଟାଙ୍ଗୀ ପର୍ଯ୍ୟନ୍ତ ରାସ୍ତା ପାଶ୍ୱର୍ରେ ବିଭିନ୍ନ ଦୋକାନ ବଜାର କରାଯାଇଛି । ଏହାକୁ ଜାତୀୟ ରାଜପଥ ପକ୍ଷରୁ ଉଚ୍ଛେଦ କରାଯାଉ, ଠିପି ବନ୍ଦ ମଦ ଦୋକାନ ଗୁଡିକରେ ଅଯଥା ଲୋକେ ଗହଳି କରି ମଦ୍ୟପାନ କରୁଛନ୍ତି ଏହାପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଉପଜିଲ୍ଲାପାଳ ଅବକାରୀ ବିଭାଗର କର୍ତ୍ତୃପକ୍ଷଙ୍କୁ କହିଥିଲେ । ଲୋକମାନଙ୍କୁ ସଡକ ସୁରକ୍ଷା ଓ ଜୀବନ ରକ୍ଷା ଉପରେ ସଚେତନତା କରାଇବା, ଛତ୍ରପୁର ନୂତନ ବସଷ୍ଟାଣ୍ଡରେ ବିଭିନ୍ନ ମିନିବସ୍ ଓ ବସ ଗୁଡିକ ରଖିବା ସମେତ ବିଭିନ୍ନ ସମସ୍ୟା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଆସିଷ୍ଟାଣ୍ଡ କଲେକ୍ଟର ବିକ୍ରମ କୁମାର ଦୋରା, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ.ଗଣେଶ ବାବୁ, ଗଂଜାମ ଆରଟିଓ ବିକାଶ ଚନ୍ଦ୍ର ଚୈାଧୂରୀ, ଏମଭିଆଇ ଶିବ ଶଙ୍କର ଚୈାଧୂରୀ, ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ ବେହେରା, ଗଂଜାମ ଅବକାରୀ ବିଭାଗର ଡେପୁଟି ସୁପରିଣ୍ଟେ ଅଭିରାମ ବେହେରା, ସହକାରୀ ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ, ଏବିଇଓ ନୃସିଂହ ଚରଣ ମିଶ୍ର, ଘରୋଇ ବସ୍ ସଂଘର ପାରୁ ଖାନ୍, ଜାତୀୟରାଜପଥର କର୍ତ୍ତୃପକ୍ଷ ଏବଂ କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ