ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଜାତୀୟ ଯୁବ ଦିବସ ଅବସରରେ ସଚେତନତା ସଭା
ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଜାତୀୟ ଯୁବ ଦିବସ ଅବସରରେ ଏକ ସଚେତନତା ସଭା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ କିଶୋର ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡିଆ ପ୍ରାଧ୍ୟାପିକା ଡଃ ବିଦ୍ୟୁତପ୍ରଭା ସାହୁ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ମହାନତା ଉପରେ ଆଲୋକପାତ କରିଥବା ବେଳେ ସମ୍ମାନିତ ଅତିଥୀ ଭାବେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡଃ ପିଙ୍କିରାଣି ଦେଇ ଯୋଗ ଦେଇ ସ୍ୱାମୀ ବିବେକାନନ୍ଦଙ୍କ ଗୁଣଗାନ କରିଥିଲେ । ଯୁବ ରେଡକ୍ରସ ପରାମର୍ଶଦାତା ମନୋରଞ୍ଜନ ମହାରଣା ଯୋଗ ଦେଇ ଏହି ସଚେତନତା ସଭାର ଆଭିମୁଖ୍ୟ ବିଷୟରେ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ୍ ର ସ୍ୱେଚ୍ଛାସେବୀ ଓ ମହାବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ । ଶେଷରେ ମହାବିଦ୍ୟାଳୟର ଅନ୍ୟତମ ଯୁବରେଡକ୍ରସ ପରାମର୍ଶଦାତା ଡଃ ମିଲିମିତା ପାଢୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।