ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଯୁବ ସଂସ୍କାର କାର୍ଯ୍ୟକ୍ରମ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ବା ମୋନା ଅନୁଷ୍ଠାନର ସଦସ୍ୟ ମାନେ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଭୁବନେଶ୍ୱର ସ୍ଥିତ ଏହି ଅନୁଷ୍ଠାନର ସଦସ୍ୟ ଅର୍ଜୁନ ଚରଣ ସାମନ୍ତରାୟ, ମଳୟ ତ୍ରିପାଠୀ , ଗୁପ୍ତେଶ୍ୱର ଶଡଙ୍ଗୀ, ରମାକାନ୍ତ ମଣ୍ଡଳ ପ୍ରମୁଖ ଯୋଗ ଦେଇ ମଦ, ଧଳା ଜହର, ଗୁଟଖା ଓ ଅଫିମ ପରି ମାରାତ୍ମକ ନିଶା ଠାରୁ ଦୂରେଇ ରହି ସମାଜକୁ ନିଶାମୁକ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଆଦୃତ ନିଶାମୁକ୍ତି, ଶୃଙ୍ଖଳିତ ଜୀବନ, ପିତାମାତାଙ୍କୁ ଭକ୍ତି ଆଦି ସମ୍ପର୍କିତ ଭିଡିଓ ଗୁଡିକୁ ଛାତ୍ରଛାତ୍ରୀ ମାନଙ୍କ ସମ୍ମୁଖରେ ପରିବେଶଣ କରାଯାଇଥିଲା । ମହାବିଦ୍ୟାଳୟର ଯୁବ ରେଡକ୍ରସ, ଏନଏସଏସ ଓ ଏଏନସିସି ସ୍ୱେଚ୍ଛାସେବୀ ତଥା ଅନ୍ୟାନ୍ୟ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇ ଆମ ଦେଶକୁ ନିଶାମୁକ୍ତ କରିବା ପାଇଁ ଶପଥ ପାଠ କରିଥିଲେ । ଯୂବ ରେଡକ୍ରସ ର ପରାମର୍ଶଦାତା ମନୋରଞ୍ଜନ ମହାରଣା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମହାବିଦ୍ୟାଳୟର ବରିଷ୍ଠ ପ୍ରଧ୍ୟାପିକା ଡ. ପିଙ୍କି ରାଣୀ ଦେଇ ଓ ପ୍ରାଧ୍ୟାପିକ ରାଜବାଳା ତ୍ରିପାଠୀଙ୍କ ସମେତ ବହୁ ଅଧ୍ୟାପକ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ ।