ଛତ୍ରପୁର ସହରରେ ଧୂମଧାମରେ ଇଦ୍ ପାଳିତ ହୋଇଯାଇଛି 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜି ମୁସଲମାନ ଭାଇମାନଙ୍କ ପବିତ୍ର ରାମଜାନ ମାସର ଶେଷ ଅବସରରେ ବଡ ଧୁମ ଧାମରେ ଛତ୍ରପୁର ପୁତିଗୋପାଳପୁର ମସଜିଦରେ ଧର୍ମଗରୁ ହାଫିସ୍ ମହମ୍ମଦ ଜମିରଉଦ୍ଦିନଙ୍କ ତତ୍ବାବଧାନରେ ନମାଜପାଠ କରି ଇଦ୍ ପାଳନ ହୋଇଯାଇଛି। ଏହି ଅବସରରେ ମୁସଲିମ ଭାଇ ମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକର ଅଭିବାଦନା ମଧ୍ୟ  ଜଣାଇଛନ୍ତି । ମୁସଲମାନ ସଂପ୍ରଦାୟର ବିଶ୍ବାସନୁଯାୟୀ  ଏହି ପବିତ୍ର ରାମଜାନ ମାସରେ ଦୀର୍ଘ ଏକ ମାସ ଧରି ରୋଜା ବା ଉପବାସ ପାଳନ କରିଥାନ୍ତି । ଏହାସହ ଗରିବ ଲୋକଙ୍କୁ ବସ୍ତ୍ର ଖାଦ୍ୟ ଓ ବିଭିନ୍ନ ଆର୍ଥିକ ସହାୟତା ମଧ୍ୟ କରିଥାନ୍ତି  ଏହା ଦ୍ବାରା ପୂଣ୍ୟ ଅର୍ଜନ ହୋଇଥାଏ ବୋଲି ମଧ୍ୟ ମୁସଲମାନ ମାନଙ୍କ  ବିଶ୍ୱାସ ରହିଛି। ଏହି ପର୍ବ ମୁସଲମାନ ଭାଇ ମାନଙ୍କ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପର୍ବ ଅଟେ ଏହି ପର୍ବରେ ମୁସଲିମମାନେ ବଡ ଜାକଯମଜରେ ଉଲ୍ଲାସ ସହ ପାଳିଥାନ୍ତି । ଏହି ଅବସରରେ ଜାକିର ଖାନ, ଆଫତାବ୍ ଖାନ, ଇଜୁ ଅମିନ ଖାନ, ଆଫୋ ଖାନ, ଇସୁବ୍ ଖାନ, ଆଇବ୍ ଖାନ, ସଲମାନ ଖାନ ପ୍ରମୁଖ ସମସ୍ତଙ୍କୁ ଇଦ୍ ର ଶୁଭେଚ୍ଛା ଜଣାଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ