ଛତ୍ରପୁର ସହରରେ ଧୂମଧାମରେ ଇଦ୍ ଉଲ ଜୁହା ପାଳନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସଦଭାବନାର ସହର ଛତ୍ରପୁରରେ ପବିତ୍ର ଇଦୁ-ଉଲ-ଜୁହା ବଡ ଧୁମ୍ ଧାମ୍ ରେ ପାଳନ ହୋଇଯାଇଛି । ଏହି ପବିତ୍ର ଅବସରରେ ସକାଳୁ ମୁସଲମାନ ଭାଇମାନେ ଛତ୍ରପୁର ପୁତିଗୋପାଳପୁର ସ୍ଥିତ ମସଜିଦରେ ଧର୍ମଗରୁ ହାଫିସ୍ ମହମ୍ମଦ ଜମିରଉଦ୍ଦିନଙ୍କ ତତ୍ବାବଧାନରେ ସମୂହ ନମାଜପାଠ କରିଥିଲେ । ଏବଂ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକର ଅଭିବାଦନା ମଧ୍ୟ ଜଣାଇଥିଲେ। ମୁସଲମାନ ସଂପ୍ରଦାୟର ଇଦ୍ ପରେ ଏହା ଦ୍ବିତୀୟ ବଡ଼ ପର୍ବ ଅଟେ ।ଏହି ପର୍ବକୁ ମୁସଲିମ ମାନେ ତ୍ୟାଗ ଓ ବଳିଦାନର ପର୍ବ ରୁପେ ପାଳନ କରନ୍ତି। ସମୁହ ନମାଜ ପାଠ ପରେ ଗରିବଙ୍କୁ ଆର୍ଥିକ ଦାନ କରିଥାନ୍ତି। ଅନେକ ବିଶ୍ୱାସି ବକରି ବଳିଦାନ କରୁଥିବାରୁ ଏହାକୁ ବକରୀ ଇଦ୍ ମଧ୍ୟ କୁହାଯାଇଥାଏ ।ଏହି ପର୍ବ ମୁସଲମାନ ଭାଇ ମାନଙ୍କ ମହତ୍ତ୍ୱପୂର୍ଣ୍ଣ ପର୍ବ ହୋଇଥିବାରୁ ବଡ ଜାକଯମଜରେ ଉତ୍ସାହର ସହ ପାଳନ କରିଥାନ୍ତି । ଏହି ଅବସରରେ ଆଫୋ ଖାନ୍ , ଆଫତାବ୍ ଖାନ, ଇଜୁ ଅମିନ ଖାନ, ଜାକିର ଖାନ୍, ଆଫୋ ଖାନ, ଜଲାଲ ଖାନ୍ , ଇସୁବ୍ ଖାନ, ଆଇବ୍ ଖାନ, ସିକେନ୍ଦ୍ର ଖାନ୍, ସଲମାନ ଖାନ, ସିରାଜ ଖାନ୍ , ବାପି ଖାନ୍ ପ୍ରମୁଖ ସମସ୍ତଙ୍କୁ ଇଦ୍ ର ଶୁଭେଚ୍ଛା ଜଣାଇଥିଲେ।


