ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ଧୁମଧାମରେ ରଥଯାତ୍ରା ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଆଜି ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏହି ଯାତ୍ରା ପ୍ରତି ସହରାଂଚଳ ଓ ଗ୍ରାମାଂଚଳ ମାନଙ୍କରେ ଧୁମ ଧାମରେ ପାଳନ କରାଯାଇଥାଏ । ଏହି ରଥଯାତ୍ରା ଲାଗି ଆଜି ଛତ୍ରପୁର ଏବଂ ଏହାର ଆଖପାଖ ଅଂଚଳ ଉତ୍ସବ ମୁଖର ହୋଇପଡିଛି । ଛତ୍ରପୁର ସହର ତାଡେପଲ୍ଲୀ ସାହି ଠାରେ ଥିବା ବଡ ଜଗନ୍ନାଥ ମନ୍ଦିର ରେ ଏହି ଯାତ୍ରା ପାଳନ କରାଯାଇଛି । ପୂର୍ବାହ୍ନ ରେ ତିନି ଠାକୁରଙ୍କ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ୧୦ ଟା ରେ ରାଜା ସାହେବ କୈଳାଶ ଚନ୍ଦ୍ର ଦେଓ ଙ୍କ ପରିବାର ଦ୍ୱାରା ମନ୍ଦିର ତତ୍ୱାବଧାନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ୧୧ ଟା ସମୟରେ ମନ୍ଦିର ସେବାୟତ ମାନଙ୍କ ଦ୍ୱାରା ଶ୍ରୀ ଜିଉଙ୍କୁ ପହଣ୍ଡି କରି ରଥ ଉପରେ ଉପବେସନ କରାଯାଇଥିଲା । ୧୨ ଟା ସମୟରେ ରାଜା କୈଳାଶ ଚନ୍ଦ୍ର ଦେଓଙ୍କ ଦ୍ୱାରା ଛେରା ପହଁରା କରାଯାଇଥିଲା । ପରେ ଆଳତୀ ଏବଂ ଭୋଗରାଗ ଅନୁଷ୍ଠିତ ହୋଇଥିଲା । ଏବଂ ଅପରାହ୍ନ ୩ ଟାରେ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟା ୬ ଟା ସମୟରେ ରଥ ମଝିବଜାର ସ୍ଥିତ ଆଡପ ମଣ୍ଡପରେ ପହଂଚିଥିଲା । ସେଠାରେ ପୁଣି ରିତୀନିତୀ ଅନୁସାରେ ପୂଜାର୍ଚ୍ଚନା କରାଯାଇ ଆଡପ ମଣ୍ଡପ କୁ ତିନି ଠାକୁରଙ୍କୁ ପହଣ୍ଡି କରି ନିଆଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିର ଟ୍ରଷ୍ଟିର ଆଦିକନ୍ଦ ପାଣିଗ୍ରାହୀ, ଜଗବନ୍ଧୁ ପାଣିଗ୍ରାହୀ, ସୁଧୀର କାନ୍ତ ରଥ, ଏନ୍‌. ପ୍ରଭାକର ରାଓ, ରମେଶ ଚନ୍ଦ୍ର ଚୌଧୂରୀ, ଅସିତ ପଟ୍ଟନାୟକ, ଏନ୍‌. ଜଗଦୀଶ ରାଓ, ଭାଗବତ ପ୍ରସାଦ ମହାପାତ୍ର, ମନୁ ସେନାପତି, ବାବି ମିଶ୍ର, ବିଜୟ ମହାରଣା, କାମାକ୍ଷୀ ପ୍ରସାଦ ପଣ୍ଡା, ମନ୍ଦିର ମୁଖ୍ୟ ପୂଜାରୀ ରାଜେନ୍ଦ୍ର ଶତପଥି ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ । ସେହିପରି ଛତ୍ରପୁର ସହରର ଦାସିରି ଜଗନ୍ନାଥ ମନ୍ଦିର, ଅପର ବସଷ୍ଟାଣ୍ଡ ସ୍ଥିତ ଜଗନ୍ନାଥ ମନ୍ଦିର ସମେତ ଛତ୍ରପୁର ବ୍ଲକର ଆଖପାଖ ଅଂଚଳରେ ଥିବା ଜଗନ୍ନାତ ମନ୍ଦିର ମାନଙ୍କରେ ବହୁ ଆଡମ୍ଭର ସହକାରେ ରଥଯାତ୍ରା ପାଳନ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଛତ୍ରପୁର ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ