ଛତ୍ରପୁର ସହରର ଲଡ୍ଜ ଉପରେ ଚଢାଉ, ୯ଜଣ ଠାବ୍
ଛତ୍ରପୁର, : ନିଜାମୁଦ୍ଦିନ ଠାରେ ଅନୁଷ୍ଠିତ ହୋଇଥିବା ତାବାଲାଗି ଜମାତ (ଧର୍ମସଭା) ସମ୍ମିଳନୀରେ ଯୋଗଦେଇ ଶହେରୁ ଉର୍ଦ୍ଧ୍ୱ ଓଡିଶାକୁ ଫେରିଥିବା ସୂଚନା ମିଳିବା ପରେ ଆତଙ୍କ ସୃଷ୍ଟି ହୋଇଛି । ଏହାପରଠୁ ରାଜ୍ୟର ବିଭିନ୍ନ ଲଡ୍ଜ ଏବଂ ବିଭିନ୍ନ ରହଣୀ ସ୍ଥାନ ଗୁଡିକୁ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଚଢଉ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ରାତିରେ ପ୍ରଶାସନର ଏକ ଟିମ୍ ଅଚାନକ ଛତ୍ରପୁର ସହର ଏବଂ ଆଖପାଖରେ ଥିବା ଲଡ୍ଜ ଏବଂ ଆପାର୍ଟମେଣ୍ଟ ଗୁଡିକ ଉପରେ ଚଢାଉ କରିଥିଲେ । ଏଥିରୁ ୨ ଲଡଜ୍ ରେ କେହିନଥିବା ବେଳେ ୩ଟି ଲଡଜ୍ ରେ ୯ଜଣ ରହିଥିବା ଯାଞ୍ଚବେଳେ ଜଣାପଡିଥିଲା । ସେଥିରୁ ୭ଜଣ ଅନ୍ୟରାଜ୍ୟ ରହିଥିଲେ । ସେମାନଙ୍କୁ ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଲଡ୍ଜରେ ହିଁ କ୍ୱାରେଣ୍ଟାଇନ୍ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଶା ପ୍ରାଇଡରେ ଜଣେ , ଭେଙ୍କଟେଶ୍ୱର ଲଡଜ୍ ୩ଜଣ, ମେଘାଳୟ ଲଡଜ୍ ରେ ୫ଜଣ ଠାବ୍ କରାଯାଇଥିଲ।। ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଏସ୍ଡିପିଓ ଗୌତମ କିଷାନ୍, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ଓପୁଲିସ ଫୋର୍ସ ଯାଞ୍ଚ କରିଥିଲେ । ସେହିପରି ଏହି ଟିମ୍ ପାଲିଆ ଛତ୍ରପୁର ନିକଟ କାଳି ଢାବା ଉପରେ ମଧ୍ୟ ଚଢାଉ କରିଥିଲେ ।