ଛତ୍ରପୁର ସାହିତ୍ୟ ସଂସଦର ସାରସ୍ୱତ ସମାରୋହ ଓ କବି ସମ୍ମିଳନୀ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ସାହିତ୍ୟ ସଂସଦର ଏକ ସାରସ୍ୱତ ସମାରୋହ ଓ କବି ସମ୍ମିଳନୀ ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ସାହିତ୍ୟ ସଂସଦର ସଭାପତି ବ୍ରଜ ମୋହନ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂପ୍ରତିକ ସମୟରେ ସାହିତ୍ୟର ଆବଶ୍ୟକତାକୁ ନେଇ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଡଃ ଅଜୟ ତ୍ରିପାଠୀ, ଡଃ ଭି. ରାଜେନ୍ଦ୍ର ରାଜୁ, ଡଃ ରାଜେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ପ୍ରଶାନ୍ତ ଶତପଥୀ, ମାଗୁଣି ଶତପଥି ଓ ବିନୋଦିନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କବିତା ପାଠ କରିଥିଲେ । ଛତ୍ରପୁର ସାହିତ୍ୟ ସଂସଦର ସମ୍ପାଦକ ଦିଲ୍ଲୀପ କୁମାର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି କେ. ସତ୍ୟ ନାରାୟଣ ରେଡ୍ଡି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ