ଛତ୍ରପୁର ହସ୍ପିଟାଲରେ ଲାଗିଲା ଅଲଟ୍ରାସାଉଣ୍ଡ ମେଶିିନ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପଖଣ୍ଡ ହସ୍ପିଟାଲରେ ମଙ୍ଗଳବାର ଏକ ଅଲଟ୍ରାସାଉଣ୍ଡ ମେଶିିନ ଲାଗିଛି । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାର ଶୁଭାରମ୍ଭ କରିଛନ୍ତି। ଏହି ସମୟରେ ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ, ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ଡାକ୍ତର ମୋହନ ବାରିକ, ହସ୍ପିଟାଲ ମ୍ୟାନେଜର ସନ୍ତୋଷ ପଣ୍ଡା, ଜିଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ରୋଗୀ କଲ୍ୟାଣ ସମିତି ସଦସ୍ୟା ଏସ.ରେଖା ମହାନ୍ତି, ସଭ୍ୟ ବିଜୟ କୃଷ୍ଣ ପଟ୍ଟନାୟକ ଓ ବସନ୍ତ କୁମାର ମହାରଣା, କାଉନସିଲର ଦେବାଶିଷ ମିଶ୍ର, ମାମାସେଠି, ଯୁବ ବିଜେଡ଼ି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ପୂର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, କେ. ଚନ୍ଦ୍ର ଶେଖର ରେଡ୍ଡୀ ଙ୍କ ସମେତ ବହୁ ଅଂଚଳବାସୀ ମାନେ ଉପସ୍ଥିତ ଥିଲେ।