ଛତ୍ରପୁର ୟୁନାଇଟେଡ୍ ଚର୍ଚ୍ଚ ଠାରେ ଖୀଷ୍ଟମାସ ବଡଦିନ ପାଳିତ

ଛତ୍ରପୁର: ଆଜି ବଡ ଦିନ  ଏଥି ପାଇଁ ଛତ୍ରପୁର ସହର ଓ ଆଖପାଖ ଉତ୍ସବ ମୁଖର ହୋଇ ଉଠିଛି । ଏହାସହ ସମସ୍ତ ଚର୍ଚ୍ଚରେ ବଡ ଦିନ ଅବସରରେ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି । ଚର୍ଚ୍ଚ ଗୁଡିକ ସୁନ୍ଦର ଆଲୋକ ମାଳାରେ ସଜେଇ ହୋଇଛି । ଏନେଇ ୟୁନାଇଟେଡ୍ ଚର୍ଚ୍ଚ ଠାରେ ଖୀଷ୍ଟମାସ ବଡଦିନ ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥିଲ। । ଫାଦର ପ୍ରାଣ ରଂଜନପାଲଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଛତ୍ରପୁରର ଯୁବ ପ୍ରତିଭା ତଥା ସମାଜସେବୀ ସୁଧୀର କୁମାର ପଟ୍ଟନାୟକ ମୁଖ୍ୟ ଅତିଥୀଭାବେ ଯୋଗଦେଇ ଖୀଷ୍ଟମାସ୍ ମହୋତ୍ସବର କେକ୍ କାଟି ସମସ୍ତଙ୍କୁ ଏହି ଦିନର ଅଭିନନ୍ଦନ ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ମନୋହର ବଶିଷ୍ଠନ ଏବଂ ସମ୍ମାନୀତଅତିଥୀ ଭାବେ ଗଂଜାମ କିନ୍ନର ସଂଘର ସଭାପତି ସୁଶୀଲ କିନ୍ନର ଙ୍କ ସମେତ ୟୁନାଇଟେଡ୍ ଚର୍ଚ୍ଚର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଜନସାଧାରଣ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ