ଛତ୍ରପୁର ୯ ନମ୍ବର ୱାର୍ଡ କାଉନସିଲର ପ୍ରାର୍ଥିନୀ ପ୍ରୀତିଛନ୍ଦାଙ୍କ ପ୍ରଚାର ଜୋରଦାର
ଛତ୍ରପୁର, (ଦେବଦତ୍ତ ମହାରଣା) : ପୌର ନିର୍ବାଚନ ପାଇଁ ରାଜନିତି ସରଗରମ ହୋଇଛି । ଛତ୍ରପୁର ଏନଏସିରେ ବିଜେଡି ପ୍ରଚାରରେ ଆଗୁଆ ରହିଛି । ଛତ୍ରପୁର ଏନଏସି ଅଧିନ ୯ ନଂ ୱାର୍ଡରେ ବିଜୁ ଜନତା ଦଳର କାଉନସିଲର ପ୍ରାର୍ଥିନୀ ପ୍ରିତିଛନ୍ଦା ସାମଲ ନିଜ ନିର୍ବାଚନ ପ୍ରଚାରକୁ ଜୋରଦାରରେ ଚଳାଇଛନ୍ତି । ୱାର୍ଡର ଘରକୁ ଘର ବୁଲି ଲୋକ ଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ବିଜେଡି ସୁପ୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରି ନିଜ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଛନ୍ତି । ଏହା ସହ ବିଜୁ ଜନତ ଦଳର ଛତ୍ରପୁର ଏନଏସି ଅଧ୍ୟକ୍ଷା ପ୍ରାର୍ଥିନୀ ଟି. ଲକ୍ଷ୍ମୀଙ୍କ ନିମନ୍ତେ ସେ ଭୋଟ ଭିକ୍ଷା କରୁଛନ୍ତି । ଏହି ପ୍ରଚାରରେ ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜିବାବୁ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଯୁବନେତା ସରୋଜ କୁମାର ସାମଲଙ୍କ ସମେତ ବହୁ ଦଳୀୟ ନେତା , କର୍ମୀ ଓ ମହିଳା ମାନେ ଉପସ୍ଥିତ ଥିଲେ ।


