ଛଦ୍ମବେଶି ଡାକ୍ତରଙ୍କ ପ୍ରାଦୁର୍ଭାବ ବିରୋଧ କରିବାରୁ ରୋଗୀଙ୍କ ପୁଅକୁ ଧମକ ଅଭିଯୋଗ
କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ସହର ଓ ଏହାର ଆଖପାଖ ଅଞ୍ଚଳ ରେ ଦୀର୍ଘ ବର୍ଷ ହେବ ନକଲି ଡାକ୍ତର ଙ୍କ ପ୍ରାଦୁର୍ଭାବ ବୃଦ୍ଧିପାଇବାରେ ଲାଗିଥିବା ନେଇ ଯୁଗାବ୍ଧ ଖବର କାଗଜ ରେ ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ଗ୍ରାମାଞ୍ଚଳ ରେ ବୃଦ୍ଧିପାଉଛି କ୍ଵାକ ଚିକିତ୍ସକ ଙ୍କ ପ୍ରାଦୁର୍ଭାବ ପ୍ରଶାସନ ନକଲି ଡାକ୍ତର ଓ ନକଲି ପାଥ ଲ୍ୟାବ ଉପରେ ଅଙ୍କୁଶ ଲଗାଇବାକୁ ଦାବୀ ଶୀର୍ଷକ ଖବର ପ୍ରକାଶ ପାଇଥିଲା ଆଜି କରଞ୍ଜିଆ ବଜାର ଅଞ୍ଚଳରେ ଥିବା ଏକ କ୍ଲିନିକରେ କୌଣସି ଡାକ୍ତରୀ ସାର୍ଟିଫିକେଟ ନଥିବା ଛଦ୍ମବେଶି ଡାକ୍ତରଙ୍କ ଚିକିତ୍ସାକୁ ବିରୋଧ କରିବାରୁ ରୋଗୀଙ୍କ ପୁଅକୁ ଧମକ ଦେଇଥିବା ଉକ୍ତ ରୋଗୀଙ୍କ ପୁଅ ପ୍ରକାଶ କରିଛନ୍ତି ଯାହାକୁ ନେଇ ଏବେ କରଞ୍ଜିଆ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ପ୍ରାପ୍ତ ସୂଚନା ମୁତାବକ କରଞ୍ଜିଆ ଏନଏସି ର ୱାର୍ଡ ନମ୍ୱର ୧୨ର ଜୈନେକ ବ୍ୟକ୍ତି କୌଣସି କାରଣରୁ ଅସୁସ୍ଥ ଥିଲେ ସେ କରଞ୍ଜିଆ ବଜାର ଅଞ୍ଚଳରେ ଥିବା ଜୈନେକ କ୍ଲିନିକକୁ ନିଜ ପରିବାର ଲୋକଙ୍କ ସହିତ ଚିକିତ୍ସିତ ହେବାକୁ ଯାଇଥିଲେ ଅନ୍ୟ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ବସିଥିବା ସେଠାରେ ଡାକ୍ତର ଭୂମିକା ନିଭାଇ କାନରେ ଷ୍ଟେଥରସ୍କୋପ ଲଗାଇ ରୋଗୀ ପରୀକ୍ଷା କରୁଥିବା ଓ ଔଷଧ ଲେଖୁଥିବା ଛଦ୍ମଵେସୀ ଡାକ୍ତର ଜଣଙ୍କୁ ରୋଗୀ ଜଣଙ୍କ ପରିବାର ଲୋକଙ୍କ ଅଜାଣତରେ ନିଦ ନେଉନଥିବା କହିବାରୁ ସେ ଉକ୍ତ ରୋଗୀଙ୍କୁ ଏକ ସାଦା କାଗଜରେ ନିଦ ବଟିକା ଲେଖିଦେଇଥିଲେ ଉକ୍ତ ରୋଗୀ ଜଣଙ୍କ ଦୀର୍ଘ ଦଶ ଦିନ ହେବ ପରିବାର ଲୋକଙ୍କ ଅଜାଣତରେ ନିଦ ବଟିକା ଖାଇ ଆସୁଥିଲେ, କୌଣସି ଅସୁବିଧା ହେବାରୁ ପରିବାର ଲୋକେ ମେଡ଼ିସିନ ଦେଖିବାରୁ ରୋଗୀ ଜଣଙ୍କ ନିଦ ବଟିକା ଖାଉଥିବା ଜାଣିବାକୁ ପାଇ ରୋଗୀଙ୍କୁ ପଚାରି ବୁଝିବାରୁ ସେ ଘଟଣା ନିଜ ପୁଅ ନିକଟରେ ପ୍ରକାଶ କରିଥିଲେ ପରେ ଘଟଣା ପ୍ରଘଟ ହେବା ଖବର ପାଇ ଉକ୍ତ ଛଦ୍ମଵେସୀ ଡାକ୍ତର ଜଣଙ୍କ ଉକ୍ତ ରୋଗୀଙ୍କ ଘରକୁ ଯାଇ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ ପରେ ରୋଗୀଙ୍କ ପୁଅ ତାଙ୍କ ବାପାଙ୍କୁ ନିଦ ବଟିକା ଦେବା ନେଇ ପରେ ତାଙ୍କ ପୁଅ ପଚାରିବାରୁ ଓଲଟି ଉକ୍ତ ଛଦ୍ମଵେସୀ ଡାକ୍ତର ଜଣଙ୍କ ରୋଗୀଙ୍କ ପୁଅକୁ ମୋ ବିରୋଧରେ ଲାଗିଲେ ଦେଖିନେବି ତୁ ମୋତେ କଣ କରିବୁ ମୁଁ ତୋତେ ଲଙ୍ଗଳା କରିଦେବି ବୋଲି ଧମକ ଦେଇଥିବା ଉକ୍ତ ରୋଗୀଙ୍କ ପୁଅ ଆମ ଗଣମାଧ୍ୟମ ପ୍ରତିନିଧିଙ୍କ ନିକଟରେ ପ୍ରକାଶ କରିବା ସହିତ ଯଦି ମୋ ବାପାଙ୍କ କୌଣସି ଅସୁବିଧା ହୋଇଥାନ୍ତା ତେବେ କଣ ଏହି ନକଲି ଡାକ୍ତର ଜଣଙ୍କ ଭରଣା କରନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ଓ କୌଣସି ରୋଗୀ ଉକ୍ତ ନକଲି ଡାକ୍ତର ବସୁଥିବା କ୍ଲିନିକକୁ ଚିକିତ୍ସା ନିମନ୍ତେ ଯାଇ ନିଜ ଓ ନିଜ ପରିଜନ ନିକଟ ସମ୍ପର୍କୀୟଙ୍କ ଧନ ଓ ଜୀବନକୁ ଅଯଥାରେ ନଷ୍ଟ କରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ଖବର ଲେଖା ହେବା ପର୍ଯ୍ୟନ୍ତ ରୋଗୀଙ୍କ ପରିବାର ପକ୍ଷରୁ କୌଣସି ଏତଲା ଦାୟର ହୋଇନଥିବା ସୂଚନା ମିଳିଛି


