ଛାଡଖାଇ ପାଇଁ ଆମିଷ ଦୋକାନ ରେ ଭିଡ଼
ନିମାପଡ଼ା, (ସନ୍ତୋଷ ଦାଶ):ପବିତ୍ର କାର୍ତ୍ତିକ ମାସ ଓ ପଞ୍ଚୁକ ରେ ଓଷା,ବ୍ରତ ରଖିଥିବା ବ୍ୟକ୍ତି ମାନେ ଆଜି ଛାଡଖାଇ ରେ ଆମିଷ ଭୋଜନ କରିଛନ୍ତି। ସକାଳେ ଓ ସଂଧ୍ୟା ରେ ଆମିଷ ଦୋକାନ ଓ ଫାଷ୍ଟ ଫୁଡ୍ ଦୋକାନ ରେ ଭିଡ଼ ଲାଗିଥିଲା। ବିଭିନ୍ନ ପ୍ରକାର ମାଛ, କଙ୍କଡା, ଅଣ୍ଡା, ଚିକେନ, ମଟନ ବିକ୍ରୀ ବୃଦ୍ଧି ପାଇଥିବା ବେଳେ ଦର ବି ବୃଦ୍ଧି ପାଇଥିଲା। ଦର କୁ ଖାତିର ନ କରି ଲୋକ ମାନେ ନିଜ ନିଜ ର ପସନ୍ଦ ମୁତାବକ ଆମିଷ କିଣିନେଇଥିଲେ ଘରକୁ। ମାସ ସାରା ନିରାମିଷ ଭୋଜନ କରିଥିବା ପରିବାର ସହିତ ବହୁ ବ୍ୟକ୍ତି ଘରେ ଆମିଷ ଭୋଜନ ରୋଷାଇ କରି ଖାଇଥିଲେ। ରୋହି, ଭାକୁର ମାଛ କିଲୋ ପ୍ରତି ୧୫୦ ରୁ ୧୭୦ ଟଙ୍କା, ଦେଶୀ ମାଛ ୨୦୦ ରୁ ୨୫୦ ଟଙ୍କା, ଚିଙ୍ଗୁଡ଼ି ୨୫୦ ରୁ ୫୦୦ ଟଙ୍କା, କଙ୍କଡ଼ା ୩୦୦ ରୁ ୬୦୦ ଟଙ୍କା, ଲୁଣି ସମୁଦ୍ର ମାଛ ୭୦ ରୁ ୭୦୦ ଟଙ୍କା, ଚିକେନ ୨୫୦ ରୁ ୩୦୦ ଟଙ୍କା, ଦେଶୀ ଚିକେନ ୪୦୦ ରୁ ୫୦୦ ଟଙ୍କା, ମଟନ ୭୦୦ ରୁ ୮୦୦ ଟଙ୍କା ରେ ବିକ୍ରୀ କରାଯାଇଥିଲା। ଆଜି ବୁଧବାର ହୋଇଥିବାରୁ ଆମିଷ ଦୋକାନ ରେ ଲୋକ ମାନଙ୍କ ଭିଡ଼ ଜମିଥିଲା।


