ଛାଡ଼ଖାଇ ଗହଳିକୁ ରୋକିଲା ପୌର ପ୍ରଶାସନ
ହିଂଜିଳିକାଟୁ,( ଶେଷଦେବ ସାହୁ): ଧାର୍ମିକ ମାସ କାର୍ତ୍ତିକ ଅବସରରେ ସହରବାସୀ ମାସାଧିକ ସମୟ ନିରାମିଶାସି ଥିଲେ । ସ୍ଥାନୀୟ ବଜାରରେ ପାରିବା ଦର ହୁ ହୁ ହୋଇ ବଢ଼ୁଥିଲେ ସୁଦ୍ଧା ଆମିଷ ଉପରୁ ମୁହଁ ଫେରାଇ ନେଇଥିଲେ । ପରିବା ଦର ଅତ୍ୟଧିକ ବୃଦ୍ଧି ପାଇଥିଲେ ସୁଦ୍ଧା ଵ୍ରତ ଓ ହବିଶ୍ୟାଳି କଷ୍ଟେ ମଷ୍ଟେ ଧାର୍ମିକ ମାସକୁ ନିଷ୍ଠାର ସହିତ ପାଳନ କରିଥିଲେ। ଦୀର୍ଘ ଏକ ମାସ ଧରି ସ୍ଥାନୀୟ ଆମିଷ ବଜାରରେ କାଁଭାଁ ଗହଳ ଚହଳ ଲାଗି ରହୁଥିଲା। ଛାଡ଼ ଖାଇ ଯୋଗୁଁ ଆମିଷ ବଜାର ପାଖ ମାଡୁ ନ ଥିବା ଗ୍ରାହକଙ୍କ ପ୍ରବଳ ଗହଳି ହେବା ପୂର୍ବାନୁମାନ କରିଥିଲା ସ୍ଥାନୀୟ ପୌର ପ୍ରଶାସନ । କୋଭିଡ ନିୟମ ଉଲଂଘନ ଆଶଙ୍କା ପ୍ରକାଶ କରି ଓ ଗ୍ରାହକଙ୍କ ଅସମ୍ଭାଳ ଭିଡକୁ ନିୟନ୍ତ୍ରଣ କରିବାକୁ କାର୍ଯ୍ୟନିର୍ବାହୀ ଡ଼ ମନୋରଞ୍ଜନ ସାହୁ ଏନ୍ଫୋର୍ସମେଣ୍ଟ ଟିମ ଜୁ ମଙ୍ଗଳବାର ନିୟୋଜିତ କରିଥିଲେ। ବଜାର ଆରମ୍ଭ ହେବା ପୂର୍ବରୁ ଟିମ ଉପସ୍ଥିତ ରହି ଭିଡ଼କୁ ନିୟନ୍ତ୍ରିତ କରିଥିଲେ। ମୁଖ୍ୟ ପ୍ରବେଶ ପଥକୁ ଅବରୋଧ କରି କେବଳ ଗ୍ରାହକଙ୍କୁ କିଣିବା ପାଇଁ ଭିତରକୁ ଛାଡିଥିଲେ। ପାର୍ଶ୍ୱ ରାସ୍ତାରେ ଯାନବାହନ ଗୁଡିକୁ ପାର୍କିଂ କରିବା ପାଇଁ ଗ୍ରାହକଙ୍କୁ କହିଥିଲେ ।ଫଳରେ ମାଛ ଓ ମାଂସ ବଜାରରେ ଗ୍ରାହକଙ୍କ ଭିଡ଼ ବେଶ ନିୟନ୍ତ୍ରିତ ହୋଇ ପାରି ଥିଲା । ପୌର ଇନ୍ଫୋର୍ସ ଟିମ ର ଅଶ୍ୱିନୀ ନାୟକ, ଏ ମୋହନ ରାଓ ଆଚାରୀ, ବିବେକାନନ୍ଦ ମହାପାତ୍ର, କିରଣ ନାହାକ , ଓ ରବି ଦାସ ପ୍ରମୁଖ କର୍ମଚାରୀ ବିକ୍ରି ଶେଷ ହେବା ପର୍ଯ୍ୟନ୍ତ ଭିଡକୁ ରୋକିବାରେ ସଫଳ ହୋଇଥିଲେ।


