ଛାତରୁ ଖସିପଡି ଗଞ୍ଜେଇ ଅଭିଯୁକ୍ତ ଗୁରୁତର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଛାତରୁ ଖସିପଡି ଗଞ୍ଜେଇ ଅଭିଯୁକ୍ତ ଗୁରୁତର l ଗୁରୁତର ଆହାତ ହୋଇଥିବା ଅଭିଯୁକ୍ତ ଜଣକ ଫିରିଙ୍ଗିଆ ଥାନା ଅଞ୍ଚଳର ଅମିତ ନାୟକ lଗୁରୁତର ଅବସ୍ଥା ରେ ଅମିତ ଙ୍କୁ ପ୍ରଥମେ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇ ଥିଲା ତେବେ ଅମିତ ଙ୍କ ଅବସ୍ଥା ଗୁରୁତର ଥିବା ରୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି lସୂଚନା ଯୋଗ୍ୟ ଯେ ଫୁଲବାଣୀ ଅବକାରୀ ଟିମ ଚଢ଼ାଉ କରି କଲେଜ ଛକ ନିକଟରୁ ଗଞ୍ଜେଇ ସହ ଗିରଫକରି ଅବକାରୀ ବିଭାଗ କାର୍ଯ୍ୟାଳୟକୁ ଆଣି ପଚରା ଉଚରା କରିବାବେଳେ ଅଭିଯୁକ୍ତ ଅମିତ ଖସି ଆସି ଭାୟରେ ଛାତ ଉପରକୁ ଯାଇ ଡେଇଁ ପଡିଥିବା କୁହାଯାଉଥିବା ବେଳେ କେହି କେହି ଅବକାରୀ କର୍ମଚାରୀ ମାଡ଼ମାରି ଠେଲି ଦେଇଥିବା କହୁଛନ୍ତି l ତେବେ କିଏ ଠିକ କହୁଛି ତଦନ୍ତ ପରେ ଜଣାପଡିବ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ