ଛାତରୁ ଖସି ନିର୍ମାଣ ଶ୍ରମିକ ମୃତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତ ଚକାତେନ୍ତୁଳି ଗ୍ରାମ ନିକଟରେ ଥିବା କୁକୁଡ଼ା ଫାର୍ମ ଛାତରୁ ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶ୍ରମିକ ଜଣକ ହେଲେ ପଶ୍ଚିମବଙ୍ଗ ବାଙ୍କୁଡ଼ା ଜିଲ୍ଲା ବିଷ୍ଣୁପୁର ଥାନା ବନମାଳିପୁର ଗ୍ରାମର ଗୈାତମ ରାୟ (୨୩) । ବୁଧବାର ରାତିରେ ନୂଆବର୍ଷ ପାଇଁ କୁକୁଡ଼ା ଫାର୍ମ ପରିସରରେ ଭୋଜି କରାଯାଇଥିଲା। ଉକ୍ତ କୁକୁଡ଼ା ଫାର୍ମରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଗୈାତମ ଙ୍କ ସମେତ ଅନ୍ଯ ଶ୍ରମିକ ମାନେ ବିଳମ୍ବିତ ରାତିରେ ଛାତରେ ବସିଥିଲେ । ତେବେ ଅସାବଧାନତା କାରଣରୁ ଗୈାତମ ଛାତରୁ ତଳକୁ ଖସି ପଡ଼ିଥିଲେ । ତାଙ୍କ ବେକ କୁ ଆଘାତ ଲାଗିଥିବାରୁ ହେୟଜ୍ଞାନ କରି ଶୋଇପଡ଼ିଥିଲେ।ଗୁରୁବାର ସକାଳ ପ୍ରାୟ ୯ ଟାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ ଜବତ କରି ଥାନା ଅପମୃତ୍ୟୁ ମାମଲା ନଂ. ୧/୨୫ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।