ଛାତରୁ ଖସି ପଡି ରାଜମିସ୍ତ୍ରୀଙ୍କ ମୃତ୍ୟୁ
ଯୋଡ଼ା (ସମୀର କୁମାର ଦାସ ) : ପୌରପାଳିକାର ୬ ନଂ ଓାର୍ଡ କନ୍ଟ୍ରାକ୍ଟର କଲୋନୀରେ ଜଣେ ରାଜମିସ୍ତ୍ରୀ ଛାତରୁ ଖସି ପଡିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ ଜଣାପଡିଛି ଯେ, ମଙ୍ଗଳବାର ସନ୍ଧ୍ୟାରେ କନ୍ଟ୍ରାକ୍ଟର କଲୋନୀରେ ପନ୍ଚାନନ୍ ନାଏକଙ୍କ ଘର ତିଆରି କାର୍ଯ୍ୟ ଚାଲୁଥିବା ବେଳେ ରୁଗୁଡି ଥାନା ଅନ୍ତର୍ଗତ କ୍ୟାମ୍ପ ହଟିଂର ରାଜ ମିସ୍ତ୍ରୀ ଜୀବନ ବେଙ୍ଗରା (୪୮) ଛାତ ଉପରୁ ପଡଯିବାରୁ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ଯୋଡା ବନେଇକଳାସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟକୁ ନିଆଯାଇଥିଲେ ହେଁ, ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଡାକ୍ତରଖାନାରେ ପହନଚି ମୃତଦେହକୁ ବ୍ୟବଛେଦ ପାଇଁ ବଡବିଲ ପଠାଇଥିବା ବେଳେ ଏକ ଅପମୃତ୍ୟୁ ମାମଲା ନଂ ୨୩/୨୦୨୦ ରୁଜୁ କରି ତଦନ୍ତ ଚଳାଇଛି ।