ଛାତ୍ରଙ୍କ ଅକାଳ ବିୟୋଗ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ରାଳଵ ଗ୍ରାମରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଡମ୍ବରୁ ପୃଷ୍ଟି (୧୫) ।ପ୍ରକାଶ ଥାଉକି ନାବାଳକ ଛାତ୍ର ଜଣଙ୍କ ମଙ୍ଗଳବାର ରାତିରେ ଘରେ ଶୋଇଥିବା ସମୟରେ କୌଣସି ଜୀବ କାମୁଡି ଦେଇଥିଲା । ଛାତ୍ର ଜଣଙ୍କ ଯନ୍ତ୍ରଣାରେ ଚିତ୍କାର କରୁଥିଲା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସର୍ପ ଦଂଶନ କରିଥିବା ସନ୍ଦେହ କରି ଡମ୍ବରୁଙ୍କ ବାପା ସନ୍ତୋଷ ଝଡାଫୁଙ୍ଖା ଚିକିତ୍ସା କରି ଘରକୁ ଫେରି ଆସିଥିଲେ। ବୁଧବାର ସକାଳେ ନାବାଳକଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧିନ ସମୟରେ ନାବାଳକଙ୍କ ମୃତ୍ୟୁ ଘଟିଥିଲା । ହଠାତ୍ ଦେହ ଖରାପ ହେବାରୁ ହିଞ୍ଜିଳିକାଟୁ ଏବଂ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନାବାଳକଙ୍କ ମୃତ୍ୟୁ ପରେ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ଏ ନେଇ ବ୍ରହ୍ମପୁର ମେଡ଼ିକାଲ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ନାବାଳକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଯାଇଛି ।


