ଛାତ୍ରଙ୍କ କୃତିତ୍ୱ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରୀ ଆର୍ଯ୍ୟାନ୍ ଆଲେକ୍ଜାଣ୍ଡାର ଦାଶ, ଇଣ୍ଟରନ୍ୟାସନାଲ ମ୍ୟାଥମେଟିକ୍ସ ଅଲିମ୍ପିଆଡ଼ରେ ବିଦ୍ୟାଳୟସ୍ତରରେ ପ୍ରଥମସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି । ସେ ନାରାୟଣ ‘ଇ’ ଟେକ୍ନୋ ସ୍କୁଲ, ୟୁନିଟ୍-୮, କଳିଙ୍ଗ ଭବନ ବ୍ରାଞ୍ଚ, ବିଦ୍ୟାଳୟରେ ଦ୍ୱିତୀୟ ଷ୍ଟାଣ୍ଡାର୍ଡ଼ରେ ଅଧ୍ୟୟନ କରନ୍ତି । ବିଦ୍ୟାଳୟର ପ୍ରିନ୍ସିପାଲ ଟି. ଶ୍ରୀଦେବୀ ସାର୍ଟିଫିକେଟ ଓ ସ୍ୱର୍ଣ୍ଣ ପଦକ ପିନ୍ଧାଇବା ଅବସରରେ ତାର ଉନ୍ନତିର ଭୂୟସୀ ପ୍ରଶଂସା କରିଛନ୍ତି । କେବଳ ପାଠ ନୁହେଁ, ବିଭିନ୍ନ କ୍ରୀଡ଼ା, ସଙ୍ଗୀତ, ଚିତ୍ରାଙ୍କନ ଆଦିରେ ସେ ନିଜର କୃତିତ୍ୱ ପ୍ରଦର୍ଶନ କରି ପ୍ରମାଣପତ୍ର ଲାଭ କରିଛନ୍ତି । ମାତ୍ର ସାଢେ ତିନିବର୍ଷ ବୟସରେ ବିସ୍ମୟ ବାଳକ ଭାବରେ ପ୍ରମାଣ ପତ୍ର ଓ ପୁରସ୍କାର ଲାଭ କରିଥିବା ଆର୍ଯ୍ୟାନ କଳିଙ୍ଗ ନଗର କେ-୮ସ୍ଥିତ ପିତା ଦେବବ୍ରତ ଦାଶ ଓ ମାତା ଖୁସି ଦାଶଙ୍କର ଜ୍ୟୋଷ୍ଠପୁତ୍ର ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଡ. ଗଙ୍ଗୋତ୍ରୀ ଦେବୀ ଓ ଶ୍ରୀ ନିରଞ୍ଜନ ଦାଶଙ୍କ ନାତି ଅଟନ୍ତି ।


