ଛାତ୍ରଙ୍କ କ୍ଷୁଦ୍ର ୱାର୍କିଂ ଡ୍ରିଲ୍ ଗିନିଜ୍ ବୁକ୍‌ରେ ସ୍ଥାନୀତ

ଭୁବନେଶ୍ୱର (ଓ୍ୱାଇଏନ୍‌ଏସ୍‌): ମଣିପାଳ ଏକାଡେମୀ ଅଫ୍ ହାୟର ଏଜୁକେଶନର ମଣିପାଳ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ଏରୋନ୍ୟୁଟିକାଲ ଇଞ୍ଜିନିୟରିଂ ବିଟେକ୍‌ର ପ୍ରଥମ ବାର୍ଷିକ ଛାତ୍ର କିରନ ରବିନ୍ଦ୍ର ପାଟିଲ୍‌ଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏକ କ୍ଷୁଦ୍ର ୱାର୍କିଂ ଡ୍ରିଲ୍ ଗିନିଜ୍ ବୁକ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନୀତ ହୋଇଛି । ଏହି ୱାର୍କିଂ ଡ୍ରିଲ୍‌ର ଉଚ୍ଚତା ୬.୧ ମିମି(୦.୨୪ ଇଂଚ), ଲମ୍ବ ୬.୭ ମିମି(୦.୨୭ ଇଂଚ), ଚୌଡ଼ା ୪.୬ ମିମି(୦.୧୮ ଇଂଚ) ରହିଛି । ଏହା ୦.୫ ମିମି ଡ୍ରିଲ୍ ବିଟ୍ ଉପରେ ରଖିହେବ । ଏକ ୩ ଭୋଲ୍ଟ ବ୍ୟାଟେରୀ ଦ୍ୱାରା ଏହା
ଫୋମ୍‌, ବାଲସା ଉଡ୍ ଆଦି କୋମଳ ପଦାର୍ଥକୁ ଡ୍ରିଲ୍ କରିପାରିଥାଏ । ଏପରି କ୍ଷୁୂଦ୍ର ଜ୍ଞାନକୌଶଳର ନିର୍ମାଣ ଏକ ଆହ୍ୱାନ ମୂଳକ କାର୍ଯ୍ୟ ବୋଲି ମଣିପାଳ ଇନଷ୍ଟିଚ୍ୟୁଟ୍ ପକ୍ଷରୁ କୁହାଯାଇଛି ।ଡ୍ରିଲ୍ କାଠ ଶିଳ୍ପ, ମେଟାଲ ଶିଳ୍ପ, ନିର୍ମାଣ କାର୍ଯ୍ୟ ଏବଂ ଘରୋଇ କ୍ଷେତ୍ରରେ ବହୁଳ ଭାବେ ବ୍ୟବହୃତ ହୋଇଥାଏ । ଏହି ଅବସରରେ କିରନ ରବିନ୍ଦ୍ର ପାଟିଲ୍ କହିଲେ, କୋଭିଡ୍‌-ଗ୍ରୀଷ୍ମ
ଅବକାଶରେ ମୁଁ ଏୟାରକ୍ରାଫ୍ଟ ପାଇଁ ମୋଟର ଡିଜାଇନିଂ କରୁଥିଲି । ଏପରିସ୍ଥଳେ ଏକ କ୍ଷୁଦ୍ର ଡ୍ରିଲ୍ ନିର୍ମାଣ ପାଇଁ ମୁଁ ଚିନ୍ତା କରିଥିଲି । ଏହାର ଡିଜାଇନିଂ ଶେଷ କରିବା ଲାଗି ୪ ମାସ ସମୟ ଲାଗିଥିଲା । ଏହା ବହୁବିଧ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରିବ । ଏହି ଅବସରରେ ମଣିପାଳ ଇନଷ୍ଟିଚ୍ୟୁଟ୍ ଅଫ୍ ଟୋକ୍ନୋଲୋଜିର ନିର୍ଦ୍ଦେଶକ ଡ.ଡି. ଶ୍ରୀକାନ୍ତ ରାଓ କହିଲେ, ଆମ ଇନଷ୍ଟିଚ୍ୟୁଟରେ ସବୁବେଳେ ଏଭଳି ଅନନ୍ୟ ପରିବେଶ ଉପଯୋଗୀ ଉପକରଣ ନିର୍ମାଣ ଉପରେ ଗୁରୁତ୍ୱାରୋପ କରାଯାଇଥାଏ । କିରନ୍ ରବିନ୍ଦ୍ର ପାଟିଲ୍ ନିଜର
ସୃଜନଶୀଳତାର ପରିଚୟ ଦେଇ ଏଭଳି ଏକ କ୍ଷୁଦ୍ର ଡିଲ୍ ନିର୍ମାଣ କରିଛନ୍ତି । ଆମେ ସମସ୍ତଙ୍କ ପାଇଁ ଏଭଳି ସୁଯୋଗ ସୃଷ୍ଟିକୁ ପ୍ରାଧାନ୍ୟ ଦେଇଥାଉ । ଏହି ଅବସରରେ ଏରୋନ୍ୟୁଟିକାଲ ଏବଂ ଅଟୋମୋବାଇଲ୍ ଇଞ୍ଜିନିୟରିଂ ଏଚ୍‌ଓଡି ପ୍ରଫେସର ସତିଶ ଶେନୟୋ କହିଲେ କିରନ୍ ସବୁବେଳେ ନିଜର ସୃଜନଶୀଳତାର ପରିଚୟ ଦେଇଥାନ୍ତି । ସେ ଏକ ମିନିଟ୍ୟୁରାଇଜଡ୍ ଡ୍ରୋନ୍‌ ମଧ୍ୟ ନିର୍ମାଣ କରିଛନ୍ତି । ଡ୍ରୋନ୍ ନିର୍ମାଣରେ ତାଙ୍କର ବିଶେଷ ରୁଚି ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ