ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କଲେ ଅତିଥି

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟମୁଖୀ କରିବା ପାଇଁ ଅତିଥି ମାନେ ପ୍ରୟାସ କରିଛନ୍ତି । ଟିଲୋସ୍ଥିତ ଗଡଚଣ୍ଡି ସରକାରୀ ଉପ୍ରା ବିଦ୍ୟାଳୟରେ ସରପଞ୍ଚ ତଥା ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ନିହାରିକା ରାଉତ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁକାନ୍ତ କୁମାର ବେହେରା ଅତିଥି ଭାବେ ଯୋଗ ଦେଇ ୧୩୨ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ପ୍ରଦାନ କରି ଦୈନନ୍ଦିନ ବିଦ୍ୟାଳୟକୁ ଆସି ମନଦେଇ ପାଠ ପଢିବାକୁ ପରାମର୍ଶ ଦେଇଥିଲେ । ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ଗୋଲାପରାଣୀ ରାଉତ, ଏସ୍‌.ଏମ୍‌.ସି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପାତ୍ରଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କମିିଟିର ସଭ୍ୟସଭ୍ୟା ଉପସ୍ଥିତ ଥିଲେ । ତାଳପଦାସ୍ଥିତ ସାବିତ୍ରୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଉଭୟ ଅତିଥିଙ୍କ ସମେତ ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ମହାପାତ୍ର, ଶିକ୍ଷା କମିଟିର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ସ୍ୱାଇଁ, ତ୍ରିକୋଣାସ୍ଥିତ କଣ୍ଡୁରୀ ଚରଣ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଉଭୟ ଅତିଥିଙ୍କ ସମେତ ପ୍ରଧାନ ଶିକ୍ଷକ ବିବେକାନନ୍ଦ ସାହୁ, କମିଟିର ଅଧ୍ୟକ୍ଷ ହିମାଂଶୁ ଶେଖର ଜେନା ଓ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । ରାମପୁର ପଞ୍ଚାୟତ ଚାରିତୀରା କାଜିପୋଖରୀ ସରକାରୀ ଉପ୍ରା ବିଦ୍ୟାଳୟରେ ସିଆରସିସି କରୁଣାକର ନାୟକ, ସମିତି ସଭ୍ୟଙ୍କ ପ୍ରତିନିଧି ଲକ୍ଷ୍ମୀକାନ୍ତ ମହାନ୍ତି, କମିଟିର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାୟକ, ପ୍ରଧାନ ଶିକ୍ଷୟିତ୍ରୀ ତପସ୍ୱିନୀ ପହି ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସୁଧିର କୁମାର ରାଉତ, ଶିକ୍ଷୟିତ୍ରୀ ଶାନ୍ତିଲତା ଦାସ, ଦୀପ୍ତିମୟୀ ମହାରଣା, ରଚିତା ସାହୁ, ଉର୍ମିଳା ପେଡାଙ୍କ ସମେତ ଶିକ୍ଷା କମିଟିର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ