ଛାତ୍ରଛାତ୍ରୀଙ୍କୁ ନେଇ ନିଶାମୁକ୍ତ ସଚେତନତା କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ବାଲେଶ୍ୱର ଶାଖା ପକ୍ଷରୁ ଜିଲା ବ୍ୟାପୀ ଆରମ୍ଭ ହୋଇଛି ନିଶାମୁକ୍ତ ଅଭିଯାନ । ବିଶେଷ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଶାର ଭୟାବହତା ସମ୍ପର୍କରେ ସଚେତନତା ସୃଷ୍ଟିକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ବାହାନଗା କନିଷ୍ଠ ମହାବିଦ୍ୟାଳୟରେ ନିଶା ବର୍ଜନ ସମ୍ପର୍କିତ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମକୁମାର ଅଧ୍ୟାପକ ଗଣେଶ ତିଆଡ଼ି ଓ ହେମନ୍ତ ମହାଳିକ ଏଥିରେ ଯୋଗଦେଇ ନିଶାର ଭୟାବହତା ସମ୍ପର୍କରେ ବୁଝାଇବା ସହ ଯୋଗ, ପ୍ରାଣାୟମ ଓ ଧ୍ୟାନ ଆଦି ଶିଖାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ