ଛାତ୍ରଛାତ୍ରୀଙ୍କ ବିଦାୟ କାଳୀନ ଉତ୍ସବ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ୨୦୨୨-୨୩ ଶିକ୍ଷାବର୍ଷରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ବିଦାୟକାଳୀନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ସଭାପତି ନୀଳମଣି ବିଷୋୟୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ଯ ଅତିଥି ଭାବେ ସୁରଟର ଓଡିଆ ବିଦ୍ଯାଳୟ ବିଦ୍ଯାସଂସ୍କାରର ଅଧ୍ଯକ୍ଷ ଗୋପାଳ ରାଉତ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ଅନୁଷ୍ଠାନରେ ଦୀର୍ଘ ୧୦ ବର୍ଷ ପାଠ ପଢା ଭିତରେ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଅନୁଭୁତି, ଶିକ୍ଷା, ବିଦ୍ଯାଳୟର ସଂସ୍କାର ଓ ଗୁରୁଜୀ ଗୁରୁମା ମାନଙ୍କ ଭଲପାଇବା ବିଷୟରେ କହିଥିଲେ। ଅଧ୍ୟକ୍ଷ ଶ୍ରୀ ବିଷୋୟୀ ପିଲାମାନଙ୍କୁ ସଂସ୍କାର ପ୍ରତି ଗୁରୁତ୍ୱ ଦେଇ ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ। ବିଦ୍ଯାଳୟର ସଂପାଦକ ସିମାଞ୍ଚଳ ପୃଷ୍ଟି ପିଲାମାନଙ୍କୁ ଭବିଷ୍ଯତରେ ଉତ୍ତମ ନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ଯାଳୟର ସକ୍ରିୟ ସଭ୍ଯ ତଥା ବେଲଗୁଣ୍ଠା ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ ଆଗକୁ ଭଲ ପାଠ ପଢି ନିଜ ବାପା ମାଆ ଓ ବିଦ୍ଯାଳୟର ନାମ ରଖିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନ ଆଚାର୍ଯ୍ଯା ସସ୍ମିତା ମାଝୀ ଅତିଥି ସ୍ୱାଗତ କରିଥିବା ବେଳେ ମିଥୁନ୍ ଗୁରୁଜୀ ଧନ୍ଯବାଦ ଅର୍ପଣ କରିଥିଲେ I ଉଚ୍ଚ ଶିକ୍ଷା ପାଇଁ ବିଦାୟୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଅତିଥି ମାନେ ସେମାନଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ I ଉତ୍ସବରେ ଅନୁଷ୍ଠାନର ଗୁରୁଜୀ ଗୁରୁମା ଏବଂ ବିଦାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଭାବ ବିହ୍ୱଳ ପରିବେଶ୍ ସୃଷ୍ଟି ହୋଇଥିଲା I କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ