ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ସ୍ବଚ୍ଛତା ସମ୍ପର୍କିତ ଆଲୋଚନା ଚକ୍ର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଖଲିଙ୍ଗି ଉଚ୍ଚ ବିଦ୍ୟାଳୟରେ ଜି ଏସ କେ ସଂସ୍ଥା ତରଫରୁ ଛାତ୍ରଛାତ୍ରୀଙ୍କୁ ନେଇ ବ୍ୟକ୍ତିଗତ ସ୍ୱଚ୍ଛତା ଓ ଛାତ୍ରୀମାନଙ୍କର ଋତୁସ୍ରାବ ସମୟରେ ସ୍ୱଚ୍ଛତା ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ପିପିଟି ମାଧ୍ୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟଉପସ୍ଥାପିତ ହୋଇଥିଲା। ଏଥି ସହିତ ବିଭିନ୍ନ ପ୍ରକାର ଚିତ୍ର, କୁଇଜ୍ ଓ ତର୍କ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ତତ୍ ସହିତ ସମସ୍ତ ଛାତ୍ରମାନଙ୍କୁ ଟୁଥ ବ୍ରସ ଓ ଛାତ୍ରୀମାନଙ୍କୁ ସାନିଟାରୀ ନାପକିନ ଜି ଏସ କେ ତରଫରୁ ବଣ୍ଟନ କରାଯାଇଥିଲା। ଏହି ଆଲୋଚନା ଚକ୍ରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ରଇତ, ବରିଷ୍ଠ ଶିକ୍ଷକ ଭାଜରାମ୍ ସାମନ୍ତରା, ବରିଷ୍ଠ ଶିକ୍ଷୟିତ୍ରୀ ଚିନ୍ମୟୀ ପାଣିଗ୍ରାହୀଙ୍କ ସମେତ ନିବେଦିତା, ସୁନୀତା, ବିଜୟଲକ୍ଷ୍ମୀ, ଦେବିଦତ୍ତ, ନଳିନୀକାନ୍ତ, କୃଷ୍ଣ, ମୁରଲୀ ଓ ଜି ଏସ୍ କେ ର ମାନସ କୁମାର ସ୍ବାଇଁ, ରମେଶ, ସମୀର ଓ ସାଗର ପ୍ରମୁଖ ସହଯୋଗ କରିଥିଲେ।


