ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା ପାଇଁ ବାର୍ଷିକଉତ୍ସବ ନିତ୍ୟାନ୍ତ ଜରୁରୀ
ବେତନଟୀ,( ଉଦିତ କୁମାର ପରିଡା): ବେତନଟୀ ବ୍ଲକ ଖଇରିବଣି ଆଶ୍ରମ ହାଇସ୍କୁଲ ପରିସରରେ ବୁଧବାର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିନୀତା ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡି ଡବ୍ଲୁ ଓ ଗୁରୁଚରଣ ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଏ ଡି ଡବ୍ଲୁ ଓ ପ୍ରଫୁଲ୍ଲ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ବିପ୍ଳବ କର, ଅବସର ପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରମାକାନ୍ତ ମହାନ୍ତ, ଡବ୍ଲୁ ଇ ଓ ମଦନ ସିଂ, ତୁଟାପଡା ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ ଦେବେନ୍ଦ୍ର ପଣ୍ଡା, ସନ୍ତରା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀପ୍ରିୟା ହାଁସଦା, ପରିଚାଳନା କମିଟି ସଭାପତି ଗୁରଭା ମାଝୀ, ପ୍ରମୁଖ ଉପସ୍ଥିତ ରହିଥିଲେ। ସଭା କାର୍ଯ୍ୟ ପ୍ରାରମ୍ଭରେ ସ୍ୱାଗତ ସଂଗୀତ ଗାନା କରାଯିବା ସହ , ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବୋର୍ଦ୍ଧନା କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସମସ୍ତ ଅତିଥିମାନେ ନିଜ ନିଜର ବକ୍ତବ୍ୟରେ ବିଦ୍ୟାଳୟର ଉନ୍ନତି କାମନା କରିବା ସହ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନ ନିମନ୍ତେ ବର୍ଷକୁ ଥରେ ବାର୍ଷିକ ଉତ୍ସବ ନିତ୍ୟାନ୍ତ ଆବଶ୍ୟକ ରହିଥିବା କହିଥିଲେ। ବାର୍ଷିକ ଉତ୍ସବ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରହିଥିବା ପ୍ରତିଭା ମାନ ପରିଲକ୍ଷିତ ହୋଇଥାଏ। ବାର୍ଷିକ କ୍ରୀଡା ତଥା ଅନ୍ୟାନ୍ୟ ପ୍ରତିଯୋଗିତାମାନଙ୍କରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ। ପରିଶେଷରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ବିନୀତା ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାକାର୍ଯ୍ୟ ସାଙ୍ଗ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।