ଛାତ୍ରଛାତ୍ରୀ ମାନଙ୍କୁ ଘରେ ଦିଆଗଲା ପାଠ୍ୟପୁସ୍ତକ
ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ମହାମାରୀ ଲକ୍ ଡାଉନ୍ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଘରେ ପାଠ୍ୟ ପୁସ୍ତକ ଦିଆଯିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏପରିପେକ୍ଷୀରେ ରବିବାର ବନ୍ତ ବ୍ଲକ ବସନ୍ତିଆ ପଞ୍ଚାୟତ ବରକୋଣାସ୍ଥିତ ରାମନାରାୟଣ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନାଦି ଚରଣ ବାରିକ ଘର ଘର ବୁଲି ଛାତ୍ରଛାତ୍ରୀ ମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ କରିଥିବାର ଦେଖାଯାଇଛି । ପାଠ୍ୟ ପୁସ୍ତକ ବଣ୍ଟନ ବେଳେ ମାକ୍ସ ବ୍ୟବହାର କରିବା ସହିତ ସାମାଜିକ ଦୂରତ୍ୱ ପ୍ରତି ଗୁରୁତ୍ୱ ଦିଆଯାଇଥିଲା ।