ଛାତ୍ରସଂସଦ କର୍ମକର୍ତ୍ତାଙ୍କର ଶପଥ ଗ୍ରହଣ
ବାରିପଦା,(ମୁରାରୀ ମୋହନ ମହାପାତ୍ର ): ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର 24-2025 ଶିକ୍ଷା ବର୍ଷର ଛାତ୍ର ସଂସଦ ନୂତନ କର୍ମକତ୍ତାଙ୍କୁ ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସଞ୍ଜୟ କୁମାର ଦେ, ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି. ଛାତ୍ର ସଂସଦ ଉପଦେଷ୍ଟା ଡକ୍ଟର ସରୋଜ ନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ମନୋନୟନ ପ୍ରକ୍ରିୟାରେ ଅଧିକାରୀ ଭାବେ ସହକାରୀ ପ୍ରଫେସର ଡକ୍ଟର ଚିତ୍ରସେନ ସେଠୀ, କେ. ଲଷ୍ମୀ ସେନାପତି, ସରୋଜ ଦାସ, ଉମେଶ ଚନ୍ଦ୍ର ମାଝୀ, ସନ୍ଦୀପ ସିଂ ପ୍ରମୁଖ ଯୋଗ ଦେଇ କର୍ମକର୍ତ୍ତାଙ୍କୁ ସର୍ବସାମ୍ମତି କ୍ରମେ ମନୋନୀତ କରିଥିଲେ. ଏବର୍ଷ ପାଇଁ ମହାବିଦ୍ୟାଳୟର ସଭାପତି ଭାବେ ଓମପ୍ରକାଶ ବେହେରା, ଉପସଭାପତି ବଳରାମ ବେସରା, ସାଧାରଣ ସମ୍ପାଦକ ବବିତା ବେହେରା ସହ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ନାୟକ ଶପଥ ଗ୍ରହଣ କରିଛନ୍ତି. ସେହିପରି ଅନ୍ୟ ବିଭାଗ ଗୁଡିକରେ ସମ୍ପାଦକ ଭାବେ, ପ୍ରଦୀପ ନାଏକ, ଶୁଭକାନ୍ତ ମହାନ୍ତି, ସନ୍ତୋଷ ସାହୁ ଜଗନ୍ନାଥ ସେଠୀ, ଶିଳ୍ପlସନମ ବେଉରା, ଲିଲିରାଣୀ ଜେନା, ନିତୁ ମହାନ୍ତ, ହେମାନନ୍ଦ ହେମ୍ବ୍ରମ, ଘାସିରାମ ମୁଣ୍ଡା, ସରୋଜ କୁମାର ଖଟୁଆ ଶପଥ ଗ୍ରହଣ କରିଥିବା ବେଳେ ସହ ସମ୍ପାଦକ ଭବେ ଶୁଭଶ୍ରୀ ପାଢ଼ୀ, ବିଶ୍ୱଜିତ ମହାରଣା, ପୂଜା ସାମନ୍ତରାୟ, ଇନ୍ଦ୍ରାବତୀ ସିଂ, ବିଶ୍ୱରଂଜନ ସାହୁ, ରୁଦ୍ରମାଧବ ଦାସ, ଶୁଭଶ୍ରୀ ସାହୁ, ବିଶ୍ୱଜିତ ପାଢ଼ୀ, ସମୀର କୁମାର ବେହେରା, ସୁପ୍ରିୟା ସାହୁ ଶପଥଗ୍ରହଣ କରିଛନ୍ତି. ସହକାରୀ ପ୍ରଫେସର ରାଜକିଶୋର ରାଉଳ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ନବିନ ନାଏକ ସହଯୋଗ କରିଥିଲେ.