ଛାତ୍ରସଙ୍ଘ ପକ୍ଷରୁ ଶୀତକାଳୀନ ଆଲୋଚନାଚକ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଆଜିର ଛାତ୍ର ଆସନ୍ତାକାଲିର ନାଗରିକ । ଦେଶର ସାମାଜିକ, ଆର୍ଥିକ ଓ ସାଂସ୍କୃତିକ ଅବସ୍ଥାରେ ପରିବର୍ତ୍ତନ ଆଣି ଏକ ସମୁନ୍ନତ ଭାରତବର୍ଷ ଗଠନ କରିବା ନିମନ୍ତେ ଆଜିର ଛାତ୍ରମାନଙ୍କୁ ଏବେଠୁଁ ବୈାଦ୍ଧିକ, ବୈଷୟିକ ତଥା ନୈତିକ ଦୃଷ୍ଟିରୁ ଉପଯୁକ୍ତ ଭାବେ ଶିକ୍ଷିତ ହେବାକୁ ପଡିବ ବୋଲି “ଦେଶ ଗଠନରେ ଛାତ୍ରର ଭୂମିକା”ଶୀର୍ଷକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ଆଲୋଚକମାନେ ମତବ୍ୟକ୍ତ କରିଛନ୍ତି । ଦେଶର ସର୍ବପୁରାତନ ଛାତ୍ର ସଂଗଠନ ଅଖିଳ ଭାରତ ଛାତ୍ର ସଙ୍ଘ ପକ୍ଷରୁ ଗୁପ୍ତକ୍ଷେତ୍ର ସଖୀବଟ ପରିସରରେ ବଡଦିନ ଛୁଟି ଅବସରରେ ତନ୍ମୟ କୁମାର ରାଉତଙ୍କ ସଭାପତିତ୍ୱରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାଧ୍ୟାପକ ଅଜୟ କୁମାର ସାମଲ, ପ୍ରାକ୍ତନ ଛାତ୍ରନେତା ରମଣୀରଞ୍ଜନ ରାଉତରାୟ, ଆଦିକନ୍ଦ ରାଉଳ, ଅମୀୟ ନାୟକ, ରାଜେଶ ସ୍ୱାଇଁ, ରାଜେଶ ବେଉରା ପ୍ରମୁଖ ଅତିଥି ଆଲୋଚକ ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିବା ସହିତ ଡାକ୍ତରୀ ପାଠ ପଢିବାକୁ ଯୋଗ୍ୟ ବିବେଚିତ ହୋଇଥିବା କେନ୍ଦ୍ରାପଡାର ମେଧାବୀ ଛାତ୍ରୀ ଏମ.ଏସ. ସୈାମ୍ୟଦର୍ଶୀ ଓ ଅନୀଲ ଜେନାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆହ୍ୱାନ ରାଉତରାୟ ଆଲୋଚନାର ଉଦେଶ୍ୟ ଜ୍ଞାପନ କରିଥିବା ବେଳେ ଲକ୍ଷ୍ମୀପ୍ରିୟା ଦାସ ଉଦଘାଟନୀ ସଂଗୀତ ଗାନ ଓ ଶିକ୍ଷକ ଭାଗୀରଥି ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ବସନ୍ତ ବାରିକ ଓ ମନୋଜ ଓଝା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ