ଛାତ୍ରୀଙ୍କୁ ଅସଦାଚରଣ କରି ଜେଲ ଗଲେ ପ୍ରଧାନ ଶିକ୍ଷକ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ଉଦୟନାଥ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ଜଣେ ଦଶମ ଶ୍ରେଣୀ ହରିଜନ ଛାତ୍ରୀଙ୍କୁ ଲକ୍ ଡାଉନ ସମୟରେ ସ୍କୁଲକୁ ଡକାଇ ତାକୁ ଅସଦାଚରଣ କରିଥିବା ନେଇ ନାବାଳିକା ଛାତ୍ରୀ ଜଣକ ଗାଙ୍ଗପୁର ଥାନାରେ ଅଭିଯୋଗ କରିବା ପରେ ଭଞ୍ଜନଗର ଏସଡିପିଓ ଘଟଣାର ତଦନ୍ତ କରି ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଏତାଲା ପ୍ରକାରେ ଗିରଫ କରି ଜାମିନ ନାମଞ୍ଜୁର କରି ହାଜତକୁ ପଠାଇଦେଇଥିବା ଜଣାପଡିଛି ।ଖବରରୁ ଜଣାପଡିଛି କୁଲାଙ୍ଗୀସ୍ଥିତ ଉଦୟନାଥ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଡି.ଏସ୍.ସ୍ୱାଇଁ ସୋମବାର ସକାଳ ୯ ଘଣ୍ଟା ସମୟରେ ସେହି ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ବିଦ୍ୟାଳୟକୁ ଡକାଇ ତାକୁ ଏକୁଟିଆ ପାଇ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ କାନ୍ଦି କାନ୍ଦି ତାର ମାଁକୁ ଜଣାଇଥିଲା । ଛାତ୍ରୀଙ୍କ ପରିବାରର କିଛି ସଦସ୍ୟ ଉତ୍ତ୍ୟକ୍ତ ହୋଇ ପ୍ରଧାନ ଶିକ୍ଷକଙ୍କୁ ଗାଳିଗୁଲଜ କରିଥିଲେ । ଏ ନେଇ ଛାତ୍ରୀ ଜଣଙ୍କ ଗାଙ୍ଗପୁର ଥାନାରେ ପ୍ରଧାନଶିକ୍ଷକଙ୍କ ନାଁରେ ଏତାଲା ଦେଇଥିଲେ ।ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନିର୍ଦ୍ଦେଶ ପ୍ରକାରେ ଗାଙ୍ଗପୁର ପୋଲିସ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରି ୧୭୨/୨୦ରେ ଏକ ମାମଲା ରୁଜ୍ଜୁ କରି ନାବାଳିକା ଛାତ୍ରୀକୁ ବ୍ରହ୍ମପୁର ଜିଲ୍ଲା ସ୍ୱତନ୍ତ୍ର କୋର୍ଟରେ ହାଜର କରାଇ ୧୬୪ ରେ ତାର ବୟାନ ରେକର୍ଡ କରାଯାଇଥିଲା ।ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଭାରତୀୟ ଆଇନ ଧାରା ୩୫୪(ଏ)(ବି),୫୦୬,୮ ପୋକସ ଆକ୍ଟ ,୩ କ୍ଲଜ(ଡବ୍ଲ୍ୟୁ ଡବ୍ଲ୍ୟୁ)(I,II),୩କ୍ଲଜ୍୨(ଭିଏ) ଦଫାରେ ଗିରଫ କରି ବ୍ରହ୍ମପୁର କୋର୍ଟରେ ହାଜର କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଯାଇଛି ।ଛାତ୍ରୀଙ୍କୁ ଅସଦାଚରଣ ଘଟଣାକୁ ପ୍ରଧାନ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କ ପତ୍ନୀ ଖଣ୍ଡନ କରିଛନ୍ତି ।ତାଙ୍କ କହିବା କଥା ହେଲା ଏକ ଜମିଜମା ବାବଦକୁ ନେଇ ଛାତ୍ରୀଙ୍କ ପରିବାର ସହ ଆମ ପରିବାରର ଅଶାନ୍ତି ଲାଗିରହିଛି ।ଆମ ଜମିକୁ ହାତେଇବାରେ ବିଫଳ ହେବାରୁ ମୋ ସ୍ୱାମୀଙ୍କୁ ମିଛ ମାମଲାରେ ଫସାଇଥିବା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ