ଛାତ୍ରୀଙ୍କ ନଗ୍ନ ଭିଡ଼ିଓ ଫଟୋ ଭାଇରାଲ ଘଟଣା ଫେରାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ହାଇସ୍କୁଲ ରେ ଜଣେ ୭ ମ ଶ୍ରେଣୀରେ ପଢୁଥିବା ଛାତ୍ରୀ ଙ୍କୁ ଉଲଗ୍ନ କରି ତାଙ୍କ ନଗ୍ନ ଭିଡ଼ିଓ ଫଟୋ ଉତ୍ତୋଳନ କରି ପରେ ଭାଇରାଲ କରିଥିବା ଘଟଣାରେ ଫେରାର ଥିବା ଏସ. ବିମଳ ଦୋରା ଙ୍କୁ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଗିରଫ କରି ଥାନା ମାମଲା ନଂ.୫୨/୨୫ ଅନୁଯାୟୀ ବୁଧବାର ବ୍ରହ୍ମପୁର ସ୍ଥିତ ପୋକ୍ସ କୋର୍ଟ କୁ ଚାଲାଣ କରିଛନ୍ତି।ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ଜାନୁଆରୀ ୨୭ ତାରିଖରେ ସ୍କୁଲ ରେ ମଧ୍ୟାହ୍ନ ବିରତି ବେଳେ ଛାତ୍ରୀ ଜଣକ ପରିସ୍ରା ପାଇଁ ପରିଶ୍ରାଗାର କୁ ଯାଇଥିବା ବେଳେ ଅଭିଯୁକ୍ତ ଏସ. ବିମଳ ଦୋରା, ପଦ୍ମନ ନାଇକ, ଏଚ. ଶିବ ରେଡ୍ଡୀ ଏବଂ ଜି.ଜଗନ୍ନାଥ ଏକ ଛୁରୀ ଦେଖାଇ ଛାତ୍ରୀ ଙ୍କୁ ଅପହୃତ କରି ଏକ ନିରୋଳା ସ୍ଥାନ କୁ ନେଇ ତାଙ୍କୁ ଉଲଗ୍ନ କରିଥିଲେ।ପରେ ୨ ଜଣ ଛାତ୍ରୀ ଙ୍କ ହାତ ଦୁଇଟିକୁ ଧରିବା ସହ ଅନ୍ୟ ୨ ଜଣ ତାଙ୍କ ନଗ୍ନ ଫଟୋ ଭିଡିଓ ଉତ୍ତୋଳନ କରିଥିଲେ। ଘଟଣା କାହାରିକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇ ଛାଡି ଦେଇଥିଲେ। ପରେ ସେମାନେ ତାଙ୍କୁ ବ୍ଲାକ ମେଲିଂ କରିଥିଲେ।ଛାତ୍ରୀ ଜଣକ ଅଭିଯୁକ୍ତ ମାନଙ୍କ କଥାରେ ସହମତି ପ୍ରକାଶ ନକରିବାରୁ ଅଭିଯୁକ୍ତ ମାନେ ମୋବାଇଲ ଫୋନ ରେ ଉଠାଇଥିବା ଭିଡ଼ିଓ ଏବଂ ଫୋଟ କୁ ସାମାଜିକ ଗଣମାଧ୍ୟମ ରେ ଭାଇରାଲ କରିଦେଇଥିଲେ।ଛାତ୍ରୀ ଙ୍କ ବାପା ଘଟଣା ଜାଣିବା ପରେ ଫେବୃଆରୀ ୩ ତାରିଖରେ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ।ଆଇଆଇସି ଏତଲା କୁ ଭିତ୍ତିକରି ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ନିଜେ ଘଟଣାର ତଦନ୍ତ କରିବା ସହ ବ୍ୟବହୃତ ମୋବାଇଲ ଫୋନ କୁ ଜବତ କରି ଅଭିଯୁକ୍ତ ପଦ୍ମନ ନାଇକ ଏବଂ ଜି.ଜଗନ୍ନାଥ ଦୋରା ଙ୍କୁ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ଏହି ଘଟଣାରେ ଅଭିଯୁକ୍ତ ବିମଳ ଗିରଫ ଭୟରେ ଫେରାର ଥିଲେ।ଅନ୍ୟତମ ଅଭିଯୁକ୍ତ ଶିବ ଗାଁ ରୁ ଫେରାର ଥିବା ଜଣାପଡିଛି।