ଛାତ୍ରୀଙ୍କ ନାମଲେଖାରେ ବାଧକ ସାଜିଛି ଅର୍ଥ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୪୯୮ ବା ଶତକଡା ୮୩ ପ୍ରତିଶତ ନମ୍ବର ରଖି ଏ-୨ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଗଣ୍ଡାକିଆ ଗ୍ରାମର ସୁରେନ୍ଦ୍ର ଲେଙ୍କା ଓ ନିର୍ମଳା ଲେଙ୍କାଙ୍କ ଝିଅ ମୋନାଲିସା ଲେଙ୍କା ମାଟ୍ରିକ ପାସ କରିବା ପରେ +୨ରେ ନାମ ଲେଖାଇବା ପାଇଁ ଅର୍ଥ ସାଜିଛି ବାଧକ । ମୋନାଲିସାଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବା ବେଳେ ତାଙ୍କ ପିତା ମାତା ବିଲବାଡିରେ ମୂଲ ମଜୁରୀ ଲାଗି ୪ଝିଅଙ୍କ ସହିତ ବହୁ ଦୁଃଖ କଷ୍ଟରେ ଓଳିଏ ଖାଇଲେ ଓଳିଏ ଉପବାସ ରହିଥାନ୍ତି । ଦୈନିକ ପରିବାର ଚଳାଇବା ଓ ବଞ୍ଚିବା ପାଇଁ ୬ପ୍ରାଣୀ କୁଟୁମ୍ବ ଜୀବନ ଜୀବିକା ସହିତ ସଂଗ୍ରାମ କରିଥାନ୍ତି । ବିନା ଟ୍ୟୁସନ କିମ୍ବା କୋଚିଂରେ ମୋନାଲିସା ମାଟ୍ରିକ ପରୀକ୍ଷାରେ ଏତେ ଭଲ ନମ୍ବର ରଖି କୃତକାର୍ଯ୍ୟ ହେବା ପରେ ଆଗକୁ ଅଧିକ ପାଠପଢି ଭଲ ମଣିଷ ଟିଏ ହେବାକୁ ପ୍ରବଳ ଇଛାଶକ୍ତି ଥିଲେ ମଧ୍ୟ ଆର୍ଥିକ ଅନାଟନ ତାଙ୍କ ପାଇଁ ବାଧକ ସାଜିଛି । ମୋନାଲିସାଙ୍କ ସହିତ ତାଙ୍କ ମା’ ଏକ ସାକ୍ଷାତକାରରେ କୋହଭରା କଣ୍ଠରେ କହିଛନ୍ତି ଯେ ଯଦି କୈାଣସି ସରକାରୀ ଆର୍ଥିକ ସହାୟତା ତାଙ୍କ ଝିଅକୁ ଟିକେ ମିଳନ୍ତା ତେବେ ନିଶ୍ଚିନ୍ତ ରୂପେ ତାଙ୍କ ଝିଅ ଆଗକୁ +୨ରେ ନାମ ଲେଖାଇପାରିବା ସହ ତା’ର ଆଶା ଏବଂ ସ୍ୱପ୍ନ ପୁରଣ ହୋଇପାରନ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ