ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ସହରରେ ଥିବା ଶ୍ରୀରାମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରୀମାନଙ୍କ ଆତ୍ମରକ୍ଷା ତାଲିମ ଶିବିର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ନବକୃଷ୍ଣ ସାହୁକାର, ମୁଖ୍ୟବକ୍ତା ଭାବେ ପ୍ରଧ୍ୟାପିକା କଳ୍ପନା ବେହେରା, ସମ୍ମାନିତ ଅତିଥି ଭାବେ ପ୍ରଧ୍ୟାପକ କୌଳାସ ଚନ୍ଦ୍ର ପ୍ରଧାନ, ସସ୍ମିତାଦାସ ଏବଂ ରବୀନ୍ଦ୍ର ପଣ୍ଡା ପ୍ରମୁଖ ଯୋଗଦେଇ ଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ପ୍ରେତ୍ୟକ ଛାତ୍ରୀମାନେ କିପରି ନିଜକୁ ନିଜେ ସୁରକ୍ଷିତ ରଖିବେ ସେଥିପାଇଁ ଆତ୍ମରକ୍ଷା କୌଶଳ ତାଲିମ ନେବା ଜରୁରୀ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମ ୮ଦିନ ଧରି ଚାଲୁ ରହିବ ଏବଂ ଏଥିରେ ପାରଳାଖେମୁଣ୍ଡି ସ୍ଥିତ ମହିଳା ମହାବିଦ୍ୟାଳୟର ତାଲିମ ପ୍ରାପ୍ତ ଛାତ୍ରୀ ଲଳିତା ପଡିହାରୀ ଏବଂ ଦୀପ୍ତିମୟୀ ସାହୁ ତାଲିମ ପ୍ରଦାନ କରିବ ବୋଲି ଜଣାପଡିଛି । ଶିବିରର ସଂଯୋଜିକା ପ୍ରଧ୍ୟାପିକା ସଂଯୁକ୍ତା କୁମାରୀ ପାଢୀ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ